ପୁଣି ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା

ମୁମ୍ବାଇ,୨୧।୧୧:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ମହାରାଷ୍ଟ୍ର ସାଇବର ପୋଲିସ ପୋର୍ନଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରା, ମଡେଲ ଶାର୍ଲିନ ଚୋପ୍ରା ଏବଂ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ସାଇବର ପୋଲିସ ଚାର୍ଜସିଟରେ ଦାବି କରିଛି, ରାଜ କୁନ୍ଦ୍ରା ମୁମ୍ବାଇ ନିକଟ ପଞ୍ଚ ତାରକା ହୋଟେଲରେ ଅଶ୍ଳୀଳ ଫିଲ୍ମ ଶୁଟିଂ କରି ଓଟିଟି ପ୍ଲାଟଫର୍ମରେ ବିକ୍ରି କରିଥିଲେ। କେବଳ ଏତିକି ନୁହେଁ, ରାଜ ମଧ୍ୟ ଏହି ଡିଲରୁ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।
ସାଇବର ସେଲ ରାଜ କୁନ୍ଦ୍ରା, ଶାର୍ଲିନ, ପୁନମ, ଚଳଚ୍ଚିତ୍ର ନିର୍ମାତା ମିତା ଜୁଞ୍ଜୁନୱାଲା ଏବଂ କ୍ୟାମେରାମ୍ୟାନ ରାଜୁ ଦୁବେଙ୍କ ବିରୋଧରେ ୪୫୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛନ୍ତି।

Share