ରାଉରକେଲା ଅଫିସ,୧୪।୨: ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଉଦିତନଗର ସାଇବର ଥାନା ପୋଲିସ ଅଭିଯୁକ୍ତଙ୍କୁ ରାଞ୍ଚିରୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ହେଲେ ଅମିତ କୁମାର ମହାତୋ(୨୬)। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅମିତ ରାଉରକେଲା ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଇନ୍ଷ୍ଟାଗ୍ରାମରେ ଭାଇରାଲ କରିଥିଲେ। ଯୁବତୀ ଜଣଙ୍କ ଏ ସମ୍ପର୍କରେ ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ଥାନା ଇନ୍ସପେକ୍ଟର ଫେରୋଫିନା ଖେସ ଓ ଏସ୍ଆଇ ସୁରି ନାରାୟଣ ପାତ୍ରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ।