Categories: ଜାତୀୟ

ପୋର୍ସେ କାର ଦୁର୍ଘଟଣା ମାମଲା: ସତ ମାନିଲେ ନାବାଳକ ଅଭିଯୁକ୍ତ !

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଛି ସତ। ନାବାଳକ ଅଭିଯୁକ୍ତ କାର ଚଳାଉଥିବା ବେଳେ ମଦ୍ୟପାନ କରିଥିବା ଏକ ଜାତୀୟ ଗଣମାଧ୍ୟମ ପ୍ରାକାଶ କରିଛି। ପୋଲିସର ପଚରାଉଚରା ବେଳେ ନାବଳକ ଜଣକ ଦୁର୍ଘଟଣା ନେଇ ସମ୍ପୂର୍ଣ୍ଣ ଘଟଣା ମନେ ନ ଥିବା କହିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତ ମା’, ବାପାଙ୍କୁ ପୋଲିସ ଗିରଫ କରିଛି। ପୁଣେ କୋର୍ଟ ରବିବାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବାପା ବିଶାଲ ଅଗ୍ରୱାଲ ଏବଂ ମା’ ଶିବାନୀ ଅଗ୍ରୱାଲକୁ ଜୁନ ୫ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି।

Share