ଡାବୁଗାଁରେ ବନ୍ଦର ପ୍ରଭାବ: ଗାଡ଼ି ଚାଳଚଳ ବନ୍ଦ

୧୫।୨ (ଡି.ଏନ୍‌.ଏ.): ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକରେ ୬ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ନବରଙ୍ଗପୁର ଜିଲା ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ ସକାଳ ୭ଟାରୁ ଅପରାହ୍ନ ୧ଟାପର୍ଯ୍ୟନ୍ତ ଚାଲିଥିଲା। ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚାଳଚଳ ବନ୍ଦ ରହିଥିଲା ।କଂଗ୍ରେସ କର୍ମୀ ମାନେ ପିକେଟିଂ କରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକୁ ମଧ୍ୟ ବନ୍ଦ କରିଥିଲେ। ଏଥିରେ ସମସ୍ଥ କର୍ମୀ ସାମିଲ ଥିଲେ।