ବରଗଡ଼ରେ ବନ୍ଦର ପ୍ରଭାବ

ବରଗଡ଼ ଅଫିସ, ୧୯।୪: ହନୁମାନ ଜୟନ୍ତୀ ପାଳନ ସମୟରେ ସମ୍ବଲପୁରରେ ହୋଇଥିବା ହିଂସାର ପ୍ରତିବାଦରେ ହିନ୍ଦୁ ସଂଗଠନ ଗୁଡ଼ିକ ବୁଧବାର ବରଗ ଜିଲା ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଡାକରାକୁ ସ୍ବତଃସ୍ଫୁତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି। ସେହିପରି କଚେରୀ ବ୍ୟତୀତ ଅନ୍ୟ ସରକାରୀ, ବେସରକାରୀ ଦପ୍ତର ଗୁଡ଼ିକ ମଧ୍ୟ ଖୋଲି ନାହିଁ। ଗାଡି ଚଳାଚଳ ବନ୍ଦ ଥିବା ଯୋଗୁ ରାସ୍ତାଘାଟ ଶୂନଶାନ ହୋଇପଡିଛି। ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟମାନେ ପିକେଟିଂ କରିବା ସହିତ ବରଗଡ଼ ଗାନ୍ଧିଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ବସିଥିବା ପରିଲକ୍ଷିତ ହୋଇଛି। ବୁଧବାର ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ବନ୍ଦ ଆନ୍ଦୋଳନ ବଳବତ୍ତର ରହିବ ବୋଲି ହିନ୍ଦୁ ସଂଗଠନ ଗଡ଼ିକୁ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ଦ ଡାକରାରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ବିଭିନ୍ନ ଛକ ସମେତ ରାସ୍ତାରେ ପୋଲିସ ପଇଁତରା ମାରି ସ୍ଥିତି ଉପରେ ନଜର ରଖିଛି।