ପୋର୍ଟେବଲ ଓ୍ବାଶ୍‌ ବେସିନ୍‌

ସଫା ତଥା ହାଇଜେନିକ ରହିବା ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ହାତକୁ ଭଲଭାବେ ସଫା ରଖିବା ନିହାତି ଜରୁରୀ। ହେଲେ ସବୁବେଳେ ଓ୍ବାଶ ବେସିନ୍‌ ପାଖରେ ନ ଥାଏ ହାତକୁ ଭଲଭାବେ ସାବୁନ୍‌ ଅବା ହ୍ୟାଣ୍ଡଓ୍ବାଶରେ ଧୋଇବାକୁ। ଏଇ ଯେମିତି ପିକ୍‌ନିକ୍‌ ଯାଇଥିଲେ ଅବା ଲଙ୍ଗ ଜର୍ଣ୍ଣିରେ ଯାଉଥିଲେ। ତେବେ ଏଭଳି ସମସ୍ୟାକୁ ଦୂର କରିବା ଲାଗି ଜାପାନର ଗ୍ୟାଜେଟ୍‌ ନିର୍ମାତା ଥ୍ୟାଙ୍କୋ ଆଣିଛି ପୋର୍ଟେବଲ ଓ୍ବାଶ୍‌ ବେସିନ୍‌। ଯାହାକୁକି ଯେକୌଣସି ସ୍ଥାନକୁ ନେଇ ହେବ। କାରଣ ଏହା ଅଲଗା ଅଲଗା ପାର୍ଟରେ ବିଭକ୍ତ ହୋଇପାରେ। ଆଉ ଯେଉଁଠି ଚାହିଁବେ ତାକୁ କେଇ ମିନିଟ୍‌ ଭିତରେ ଆସେମ୍ବଲ କରିହେବ। ଏହି ଓ୍ବାଶ ବେସିନ୍‌ର ଓଜନ ମାତ୍ର ୩ କି.ଗ୍ରା.। ଏହାର ତଳ ଭାଗରେ ଅର୍ଥାତ୍‌ ଏହାର ବେସ୍‌ ପାଣି ଟାଙ୍କି ପରି କାମ କରେ। ଯେଉଁଥିରେ ୨୦ ଲିଟର ପାଣି ରହିପାରିବ। ଏଥିରେ ଏକ ଡ୍ରେନେଜ୍‌ ପାଇପ୍‌ ସଂଯୋଗ ହୋଇଛି। ଏହାର ବେସିନ୍‌ଟି ବହୁତ ହାଲ୍‌କା। ଏଥିରେ ମେଟାଲିକ ଫସେଟ୍‌ ସହ ଟାଓ୍ବେଲ ର଼୍ୟାକ୍‌ ବି ଅଛି। ତଳଭାଗରେ ଥିବା ପାଣି ପମ୍ପରୁ ପାଣି ବେସିନ୍‌ ପର୍ଯ୍ୟନ୍ତ ପମ୍ପ ହେବା ଲାଗି ୯ ଭୋଲ୍ଟର ବ୍ୟାଟେରୀ ବ୍ୟବହାର କରାଯାଇଛି। ଉକ୍ତ ବେସିନ୍‌ର ମୂଲ୍ୟ ୧୧୪ ଡଲାର।