ଲିସବନ୍,୧୨।୧: ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍କେଲୋ ରେବେଲୋ ଡେ ସୌସାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିବା ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ତାଙ୍କର କେତେକ ପରୀକ୍ଷା କରାଯାଇଥିଲା। ତେବେ ତାହା ନେଗେଟିଭ୍ ଆସିଥିଲା। ଏହା ସହିତ ହୋଇଥିବା ଆଣ୍ଟିବଡ଼ି ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା। ମାତ୍ର ପିସିଆର୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ସୁରକ୍ଷା ଦୃଷ୍ଟିରୁ ମାର୍କେଲୋଙ୍କ ସମସ୍ତ କାର୍ଯ୍ୟ ଏବଂ ଗସ୍ତକୁ ବାତିଲ କରାଯାଇଥିବା ରାଷ୍ଟ୍ରପତିଙ୍କ ଓ୍ବେବସାଇଟ୍ରେ ସୂଚନା ଦିଆଯାଇଛି। ଜାନୁୟାରୀ ୨୪ରେ ପର୍ତ୍ତୁଗାଲରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ୭୨ ବର୍ଷ ବୟସ୍କ ମାର୍କେଲୋ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।