ପଦ ମର୍ଯ୍ୟାଦା

ଆଜିର ସମୟରେ ବିଭିନ୍ନ ପଦପଦବୀରେ ଆସୀନ ବ୍ୟକ୍ତିବିଶେଷ ସେହିି ପଦର ମର୍ଯ୍ୟାଦା ରକ୍ଷା କରିବା ପ୍ରତି ଆଦୌ ସଚେତନ କିମ୍ବା ଯତ୍ନବାନ୍‌ ହେଉ ନ ଥିବା ଦେଖିବାକୁ ମିଳୁଛି। ଯାହାଫଳରେ ସେମାନେ ସାଧାରଣରେ ସମ୍ମାନ ହରାଇବା ସହିତ ସେମାନଙ୍କର ଅଜ୍ଞତା ଓ ଅପରିପକ୍ୱତାର ପରିଚୟ ଦେଉଛନ୍ତି। ପଦପଦବୀର ମର୍ଯ୍ୟାଦା ରକ୍ଷା କରିବାକୁ ହେଲେ ପ୍ରଥମେ ବ୍ୟକ୍ତି ଯେଉଁ ପଦବୀରେ ନିୟୋଜିତ ଅଛନ୍ତି, ସେଥିପ୍ରତି ସଚେତନ ଓ ସମର୍ପିତ ହେବାକୁ ପଡ଼ିବ। ସେହି ଅନୁସାରେ ସେମାନଙ୍କ ଭିତରେ ସେତିକି ଦାୟିତ୍ୱବୋଧ ଓ କର୍ତ୍ତବ୍ୟନିଷ୍ଠା ସଦାସର୍ବଦା ଜାଗ୍ରତ ହୋଇ ରହିବ। ଆଉ ସେଥିପାଇଁ ଆପଣାର ସ୍ବଭାବ ଓ ଆଚରଣକୁ ସେତିକି ମାର୍ଜିତ, ଶୃଙ୍ଖଳିତ ଓ ରୁଚିସମ୍ପନ୍ନ କରିବାକୁ ପଡ଼ିବ। ପରିବାରର ମୁରବି କି ଗଁାର ମୁଖିଆ ପଦ ମୁଣ୍ଡାଇଥିବା ବ୍ୟକ୍ତି ଧୈର୍ଯ୍ୟବାନ୍‌, ସ୍ବାଭିମାନୀ, ସହନଶୀଳ ତଥା ଆତ୍ମସଂଯମୀ ନ ହେଲେ ଆପଣାର ସମ୍ମାନ ଓ ଗୁରୁତ୍ୱ ହରାଇ ବସିଥାନ୍ତି। ତେଣୁ ସବୁ ବ୍ୟକ୍ତିଙ୍କ ଲାଗି ସବୁ ପଦ ପଦବୀ ଯୋଗ୍ୟ କି ଶୋଭନୀୟ ହୋଇ ନ ଥାଏ। ଭାଗ୍ୟ ବଳରେ ହେଉ ଅଥବା ଶିକ୍ଷାଦୀକ୍ଷା, ପରିଶ୍ରମ ଓ ଅଧ୍ୟବସାୟ ବଳରେ ହେଉ ଆଜିକାଲି ଯେଉଁମାନେ ସରକାରୀ ଚାକିରି ଖଣ୍ଡେ ପାଇଗଲେ, ସେମାନଙ୍କର ବ୍ୟବହାର, ଚାଲିଚଳନ ଓ କଥାବାର୍ତ୍ତା ସବୁକିଛି ବଦଳି ଯାଉଛି। ସେମାନେ ସେମାନଙ୍କର ପଦ ପଦବୀର ମର୍ଯ୍ୟାଦାକୁ ପାଦରେ ଦଳିମକଚି ନଷ୍ଟ କରି ଦେଇ ବିଭିନ୍ନ ଦୁର୍ନୀତି ଓ ବେନିୟମ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପଦପଦବୀ ଓ କ୍ଷମତାର ଅପବ୍ୟବହାର କରି ଅର୍ଥ ଉପାର୍ଜନ କରୁଛନ୍ତି। ସେହିପରି ଯେଉଁମାନେ ଆଉ ଟିକେ ଅଧିକ ଉଚ୍ଚ ପଦପଦବୀରେ ଆସୀନ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମଣିଷଙ୍କୁ ଆଉ ମଣିଷ ବୋଲି ବିବେଚନା କରୁ ନାହାନ୍ତି। ବିଡ଼ମ୍ବନା ହେଉଛି, ସାଧାରଣ ଲୋକଙ୍କ ସେବାରେ ଏମାନେ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ କର, ଖଜଣା ଅର୍ଥରେ ବେତନ ପାଉଛନ୍ତି । ଅଥଚ ଲୋକଙ୍କୁ ସେବା ଯୋଗାଇ ଦେବା ନଁାରେ ଏମାନେ ଶୋଷଣ, ପକ୍ଷପାତିତା ଓ ପ୍ରିୟାପ୍ରୀତିତୋଷଣ ନୀତିକୁ ଆପଣାଇ ଏମାନଙ୍କ ପଦପଦବୀର ମର୍ଯ୍ୟାଦା ହାନି ହେବା ଭଳି କାର୍ଯ୍ୟ କରୁଛନ୍ତି। ଏହାର ପରିଣାମ ସ୍ବରୂପ ଏମାନଙ୍କୁ ଜେଲ, ଜରିମାନା ଦଣ୍ଡ ଭୋଗିବାକୁ ପଡ଼ୁଛି। ସାଧାରଣ ଶିକ୍ଷକଟିଏ ହୁଅନ୍ତୁ କି ବିଡିଓ, ତହସିଲଦାର, ଇଞ୍ଜିନିୟର, ଡାକ୍ତର ଓ ପୋଲିସ ବାବୁ ଆଦି ହୁଅନ୍ତୁ ଅଥବା ଜିଲାପାଳ, ଏସ୍‌ପିଙ୍କଠାରୁ ପୁଣି ସଚିବ ଓ ନିର୍ଦ୍ଦେଶକଙ୍କ ଭଳି ପଦପଦସ୍ଥ ପ୍ରଶାସନିକ ଅଧିକାରୀ ହୁଅନ୍ତୁ ସେମାନଙ୍କର ଏକ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି। ସେମାନଙ୍କଠାରୁ ଏ ସମାଜ ଓ ସାଧାରଣ ଲୋକେ ଅନେକ କିଛି ଆଶା ରଖିଥାନ୍ତି। ଏମାନଙ୍କ ଯୋଗ୍ୟତା, ଦକ୍ଷତା ଉପରେ ସମସ୍ତଙ୍କର ଆସ୍ଥା ଓ ବିଶ୍ୱାସ ରହିଥାଏ। ସେହିପରି ଏମାନଙ୍କ ସାଧୁତା, ସଚ୍ଚୋଟତା ଓ କର୍ତ୍ତବ୍ୟ ପରାୟଣତା ଉପରେ ଲୋକଙ୍କର ଭରସା ରହିଥାଏ। ଏପରିସ୍ଥଳେ ଏମାନେ ଯଦି ଏମାନଙ୍କର ପଦବୀର ମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇ ଅସତ୍‌ ଓ ଅନ୍ୟାୟ ପଥରେ ପଥିକ ହୁଅନ୍ତି, ସାଧାରଣ ଲୋକଙ୍କ ସ୍ବାର୍ଥ ଓ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ସେମାନଙ୍କୁ ଶୋଷଣ କରିବାର ମସୁଧା କରନ୍ତି, ତେବେ ଏଥିଲାଗି ସେମାନଙ୍କୁ ସାମାଜିକ ସ୍ତରରେ କେବଳ ନିନ୍ଦା ଓ ଅପବାଦ ମୁଣ୍ଡାଇବାକୁ ପଡ଼ିଥାଏ। ସାଧାରଣ ଲୋକେ ଏମାନଙ୍କ ଯୋଗ୍ୟତା ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବାକୁ ପଛାନ୍ତି ନାହିଁ।
ବର୍ତ୍ତମାନ ସମୟରେ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଆଚରଣ ଓ କାର୍ଯ୍ୟକଳାପକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ଆଲୋଚନା ହେଉଛି। ସାଧାରଣ ଭୋଟରଙ୍କ ଆଶୀର୍ବାଦରେ ଏମାନେ ପଦପଦବୀର ଅଧିକାରୀ ହେବା ପରେ ଲୋକଙ୍କ ସ୍ବାର୍ଥ ଓ ସମସ୍ୟାକୁ ଭୁଲି କେବଳ ଆପଣାର ସ୍ବାର୍ଥ ସାଧନରେ ଲାଗି ପଡ଼ୁଛନ୍ତି। ବିଭିନ୍ନ ସମୟରେ ଏମାନଙ୍କ ନଁାରେ ଭିନ୍ନ ଭିନ୍ନ ଅଭିଯୋଗ ଆସୁଛି। କେତେବେଳେ ଏମାନଙ୍କ ନଁାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯାତନାର ଅଭିଯୋଗ ହେଉଛି ତ କେତେବେଳେ ହତ୍ୟାକାଣ୍ଡରେ ଲିପ୍ତ ରହିବା ଭଳି ଅଭିଯୋଗ ଆଗତ ହେଉଛି। କେବେ ଏମାନେ ସିଧାସଳଖ ଭାବେ ବିଭିନ୍ନ ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଛନ୍ତି ତ ଆଉ କେବେ ଅପରାଧ ମାନ ଘଟାଇବାକୁ ସମର୍ଥକମାନଙ୍କୁ ପ୍ରରୋଚିତ କରୁଥିବାର ଅଭିଯୋଗ ହେଉଛି। ଆଜିକାଲି ବିଧାନସଭା ଓ ସଂସଦ ଅଧିବେଶନ ଚାଲିଥିବା ବେଳେ ବିଧାୟକ ଏବଂ ସାଂସଦଙ୍କ ଆଚରଣ ଓ କାର୍ଯ୍ୟକଳାପ ଦେଖିଲେ ସେମାନେ ସେହିସବୁ ପଦବୀ ନିମନ୍ତେ ସତରେ ଯୋଗ୍ୟ ନୁହେଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସର୍ବସାଧାରଣ ସ୍ଥାନରେ ଖରାପ ଭାଷା ବ୍ୟବହାର କରିବା, ଲୋକଙ୍କ ଉପରକୁ ହାତ ଉଠେଇ ସେମାନଙ୍କ ପଦ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛନ୍ତି। କୌଣସି ଗୋଟିଏ ପ୍ରସଙ୍ଗ ମିଳିଗଲା ପରେ ବିଭିନ୍ନ ରାଜନୈତିକ ଦଳରେ ସମ୍ମାନଜନକ ପଦପଦବୀରେ ଥିବା ନେତା ଓ ନିର୍ବାଚିତ ଜନପ୍ରତିନିଧିମାନେ ପରସ୍ପର ପ୍ରତି ଯେପରି ଆକ୍ଷେପ ଓ ପ୍ରତିଆକ୍ଷେପ କରୁଛନ୍ତି ଏବଂ ଏହାକୁ ବ୍ୟକ୍ତିଗତ ସ୍ତରକୁ ନେଇ ଯାଉଛନ୍ତି, ତାହା ପରିତାପର ବିଷୟ। ସାଧାରଣ ଲୋକେ ଏସବୁ ଶୁଣୁଛନ୍ତି, ଜାଣୁଛନ୍ତି ଓ ଭୁଲ୍‌ତ୍ରୁଟିର ତର୍ଜମା କରୁଛନ୍ତି ବୋଲି ଏମାନେ ବୁଝିପାରୁନାହାନ୍ତି। ବିଭିନ୍ନ ସମୟରେ ନେତା ଓ ଜନପ୍ରତିନିଧିମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ବିବୃତି ଦେବା ବେଳେ ଅଥବା ସଭାସମିତିରେ ଭାଷଣ ଦେବା ବେଳେ ଏମାନେ ଅନ୍ୟମାନଙ୍କର ମାନସମ୍ମାନ ହାନି ହେବା ଭଳି ତଥା ଅନ୍ୟମାନଙ୍କୁ କଷ୍ଟ ଦେବା ଭଳି ଏମିତି କିଛି କଥା କହୁଛନ୍ତି, ଯାହା ସେମାନଙ୍କ ପଦପଦବୀର ମର୍ଯ୍ୟାଦାକୁ ତଳେ ପକାଇଦେଉଛି। ଅନେକ ସମୟରେ ନେତା ଓ ଜନ ପ୍ରତିନଧିମାନେ କୌଣସି ପ୍ରସଙ୍ଗ ସମ୍ପର୍କରେ ଭଲ ଭାବେ ଅବଗତ ନ ହୋଇ ଓ ଏହାର ସତ୍ୟାସତ୍ୟକୁ ହୃଦୟଙ୍ଗମ ନ କରି ଅତି ହାଲୁକା ବୟାନବାଜି କରିବା ଦ୍ୱାରା ପ୍ରସଙ୍ଗଟି ଅଧିକ ବିବାଦୀୟ ହୋଇପଡୁଛି। କେବଳ ସେତିକି ନୁହେଁ, ଜନ ପ୍ରତିନିଧିମାନେ ଜାଣିଶୁଣି ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ମତମନ୍ତବ୍ୟ ଦେଇ ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିବା ସହ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ନଷ୍ଟ କରିଥା’ନ୍ତି। ଏଭଳି ଘଟଣାରେ କେତେକ ପରବର୍ତ୍ତୀ ସମୟରେ ସାଧାରଣରେ କ୍ଷମାପ୍ରାର୍ଥନା କରି ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଉଥିବା ବେଳେ ଆଉ କେତେକଙ୍କ ଜିଦ୍‌ଖୋର ମନୋଭାବ ଘଟଣାକୁ କୋର୍ଟ କଚେରିଯାଏ ଟାଣି ନେଉଛି। ଇଏତ ଗଲା ନେତା ଓ ଜନ ପ୍ରତିନିଧିଙ୍କ କଥା। ବିଭିନ୍ନ ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତିବିଶେଷ ସେମାନଙ୍କ ପଦପଦବୀର ମର୍ଯ୍ୟାଦା ସମ୍ପର୍କରେ ସଚେତନ ନ ହୋଇ ବିଭିନ୍ନ ସମୟରେ ବିବାଦୀୟ ତଥା ଉତ୍ତେଜନା ସୃଷ୍ଟି କଲାଭଳି ମତ, ମନ୍ତବ୍ୟ ମାନ ଦେଉଛନ୍ତି; ଯାହା ସେମାନଙ୍କୁ ସାଧାରଣରେ ନିନ୍ଦିତ ଓ ଅପମାନିତ କରୁଛି। ତେଣୁ ଯିଏ ଯେଉଁ ପଦପଦବୀରେ ଥାଆନ୍ତୁ ନା କାହିଁକି, ଏହାର ମର୍ଯ୍ୟାଦା ରକ୍ଷା ପ୍ରତି ସଚେତନ ରହିବା ଜରୁରୀ।

ଯଦୁମଣି ପାଣିଗ୍ରାହୀ
ଶଂଖିଡା, ତିହିଡ଼ି, ଭଦ୍ରକ
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri