୪ଦିନ ହେବ ବସ୍ତିରେ ରହିଛନ୍ତିି ପଜିଟିଭ୍‌

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବସ୍ତି ଓ ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ବାହାର ଶ୍ରମିକଙ୍କ ପାଇଁ ଭୁବନେଶ୍ୱରରେ ଏବେ ସଂକ୍ରମଣ ବଢ଼ିଚାଲିଛି। ବର୍ତ୍ତମାନ ସହରରେ ୫ଶହରୁ ଊର୍ଦ୍ଧ୍ୱ ବସ୍ତି ରହିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏସବୁ ବସ୍ତିରେ ଆକ୍ଟିଭ୍‌ ସର୍ଭିଲାନ୍ସ ଜାରି ରହିଥିବାବେଳେ ନମୁନା ଟେଷ୍ଟ ପରିମାଣକୁ ବୃଦ୍ଧି କରାଯାଇଛି। ଚିହ୍ନଟ ପରେ ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାରେ ବିଏମ୍‌ସି ବିଫଳ ହେଉଥିବା ନଜରକୁ ଆସିଛି। ଭୁବନେଶ୍ୱର ବାୟାବାବା ମଠ ପଛରେ ଥିବା ଏକ ବସ୍ତିରେ ଦିନକରେ ୨୧ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୧୬ଜଣଙ୍କୁ ମେଣ୍ଢାଶାଳସ୍ଥିତ କୋଭିଡ୍‌ କେୟାର ହୋମ୍‌ ନିଆଯାଇଥିବାବେଳେ ବାକି ୫ଜଣଙ୍କୁ ଲକ୍ଷଣ ନ ଥିବା କହି ଛାଡ଼ି ଦିଆଯାଇଛି। ଫଳରେ ସେମାନେ ୪ଦିନ ବସ୍ତିରେ ରହିଥିବାରୁ ବାସିନ୍ଦଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଏମ୍‌ସିର ଏପରି ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବସ୍ତିବାସିନ୍ଦାଙ୍କ ଅଭିଯୋଗ ମୁତାବକ, ୭୦ ନମୁନାରୁ ଯଦି ୨୧ ପଜିଟିଭ୍‌ ବାହାରିଲା, ତେବେ ଅଧିକ ଟେଷ୍ଟ୍‌ ହେଲେ ଆହୁରି ଅଧିକ ଚିହ୍ନଟ ହେବେ। ତେବେ ଚିହ୍ନଟ ହୋଇଥିବା ୫ଜଣଙ୍କୁ କୋଭିଡ୍‌ ହସ୍ପିଟାଲ ନିଆଯାଇ ନ ଥିବାରୁ ଚିନ୍ତା ବଢ଼ିଛି। ସବୁଠୁ ବଡ଼ କଥା ହେଲା, ଏବେବି ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହେଲେ ବିଏମ୍‌ସି ବେପରୁଆ କୋଭିଡ୍‌ ପରିଚାଳନା କରୁଥିବା ଓ ଗୁରୁତର ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅଣଦେଖା କରୁଥିବା ଜଣେ ପଜିଟିଭ୍‌ କହିଛନ୍ତି।
ଏନେଇ ଉକ୍ତ ବସ୍ତି ଦାୟିତ୍ୱରେ ଥିବା ଅଙ୍ଗନଓ୍ବାଡି କର୍ମୀ ସ୍ବାଗତିକା ସିଂ କୁହନ୍ତି, ମଙ୍ଗଳବାର ୧୬ ଜଣଙ୍କୁ କୋଭିଡ୍‌ କେୟାର ହୋମ୍‌ ପଠାଇଛି। ହସ୍ପିଟାଲରେ ଆବଶ୍ୟକ ଶଯ୍ୟା ନ ଥିବାରୁ ବାକି ୫ଜଣଙ୍କୁ ସ୍ଥାନାନ୍ତର କରିପାରିନି। ଗୁରୁବାର ସକାଳେ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ହେଲେ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ ଓ ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଖୋଲିବ ୟୁନିଟ୍‌-୪ ମାର୍କେଟ

ୟୁନିଟ୍‌-୪ ମାର୍କେଟ୍‌ରୁ କଣ୍ଟେନ୍‌ମେଣ୍ଟ କଟକଣା ହଟିବ। ମଙ୍ଗଳବାର ମାର୍କେଟର ଗ୍ରସେରି, ଗୋଦାମ ଓ ପରିବା ବ୍ୟବସାୟୀଙ୍କ ମଧ୍ୟରୁ ୬୫ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବୁଧବାର ଅପରାହ୍ନରେ ଓ୍ବାର୍ଡ ଅଫିସରଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ବିଏମ୍‌ସି ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲିକ, ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ହାଟ ବ୍ୟବସାୟୀ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ କଟକଣା ହଟିବା ନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି। ଦୋକାନ ବଜାର କେବେ ଖୋଲିବ ଓ ଏନେଇ କ’ଣ ସବୁ ସର୍ତ୍ତାବଳୀ ରହିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ମାର୍କେଟ ଖୋଲିବାକୁ ଅନୁମତି ମିଳିବ ବୋଲି ୟୁନିଟ୍‌-୪ ଭୌମନଗର ହାଟ ସଂଘ ସମ୍ପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ମାଛଗଦିରୁ ଲଗାତାର କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଗତ ୧୭ ତାରିଖରେ ପୂରା ୟୁନିଟ୍‌-୪ ମାର୍କେଟ ସିଲ୍‌ ସହ ଆଖପାଖ ଦୋକାନକୁ ବନ୍ଦ କରି ଦିଆଯାଇଥିଲା। ମାଛ ଗଦିକୁ ଛାଡ଼ି ଅନ୍ୟ ବ୍ୟବସାୟୀଙ୍କୁ ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦିଆଯାଉ ବୋଲି ବ୍ୟବସାୟୀ ସଂଘ ବିଏମ୍‌ସି ନିକଟରେ ଦାବି କରିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ବିଧାୟକ ଅନନ୍ତ ନାରାୟଣ ଜେନା ହସ୍ତକ୍ଷେପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ପୁଣି ଜମିବ ପଥ ଉତ୍ସବ, ଡିସେମ୍ବର ୨୨ ରୁ ଆରମ୍ଭ

ଭୁବନେଶ୍ୱର,୧୯।୧୨: ଆସନ୍ତା ୨୨ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ...

ଓଡ଼ିଶାରେ ୧୧0 ଓଭର ବ୍ରିଜ୍ କରିବ ଇଷ୍ଟକୋଷ୍ଟ ରେଳାବାଈ

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଇଷ୍ଟକୋଷ୍ଟ ରେଳାବାଈ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇଷ୍ଟକୋଷ୍ଟ ରେଳାବାଈର ଜେନେରାଲ ମ୍ୟାନେଜର ୧୭୦ ରୋଡ...

ଭାଇରାଲ ପରେ ଥାନା ଅଧିକାରୀଙ୍କ ଉପରେ ଆକ୍ସନ: ବଦଳିଲେ…

କଟକ,୧୯।୧୨: ଦଳିତ ଯୁବକଙ୍କୁ ରାସ୍ତା ଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଯିବା ଘଟଣାର ଫଟୋ ଭାଇରାଲ ପରେ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି।...

ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ...

ଐତିହାସିକ ନିଷ୍ପତ୍ତି: ଶିମିଳିପାଳରେ ବାଘ ଜଗିବେ ସଶସ୍ତ୍ରବଳ

ଭୁବନେଶ୍ୱର,୧୯।୧୨: ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ସରକାର। ଶିକାର ତଥା ବନ୍ୟଜନ୍ତୁ...

ଆହତ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଂସଦରେ ଠେଲାପେଲା କାରଣରୁ ଆହତ ହୋଇ ଚିକିତ୍ସିତ ହେଉଥିବା ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀର...

ଆଜି ବି ପ୍ରମିଳାଙ୍କ ଭାଇଙ୍କ ଘରେ ଚଢ଼ାଉ: ଛନ୍ଦି ହୋଇଯିବେନିତ….

ଭୁବନେଶ୍ୱର,୧୯।୧୨: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ ହୋଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡସମ୍ବଲପୁରର ଦାନିପାଲିରେ...

ଆଗାମୀ ୩ ଦିନ ଯାଏ ବର୍ଷା

ଭୁବନେଶ୍ୱର,୧୯।୧୨: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri