ମୃତ୍ୟୁ ହେବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ: ମୃତଦେହକୁ ଛୁଇଁଲେନି ଅଞ୍ଚଳବାସୀ

ଖୁଣ୍ଟୁଣୀ,୬।୯(ଡି.ଏନ.ଏ): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଜଣେ ୬୫ ବର୍ଷର ପୁରୁଷଙ୍କ ଶନିବାର ମୃତ୍ୟୁ ଘଟିବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବାବେଳେ ମୃତଦେହକୁ ଛୁଇଁ ନ ଥିଲେ। ପ୍ରାୟ ୩ ଘଣ୍ଟା ପରେ କଟକରୁ ସ୍ବତନ୍ତ୍ର କୋଭିଡ୍‌ ଗାଡି ଆସିବା ପରେ ସ୍ଥାନୀୟ ସରପଞ୍ଚ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ମୃତଦେହକୁ କଟକର କାଳିଆବୋଦାଠାରେ ସନ୍ଧ୍ୟା ୬ଟା ବେଳେ ସତ୍କାର କରାଯାଇଥିବା ମୃତକଙ୍କ ପୁଅ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚିହ୍ନଟ ବ୍ୟକ୍ତି ଜଣକ ଗତ କିଛିଦିନ ହେବ ଜ୍ୱର ଓ ଥଣ୍ଡାରେ ପୀଡିତ ଥିଲେ। ଜ୍ୱର ନ ଛାଡ଼ିବାରୁ ଶୁକ୍ରବାର ଆଠଗଡ଼ର ବେଣ୍ଟପଦାଠାରେ ସେ କୋଭିଡ୍‌ ପରୀକ୍ଷା କରିଥିଲେ। ଶନିବାର ସକାଳେ ଗୁରୁତର ହେବାରୁ ତାଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାର ଲୋକେ ମୃତଦେହକୁ ନିଜ ଗ୍ରାମକୁ ନେଇଆସିଥିଲେ। ଘରେ ପହଞ୍ଚତ୍ବାର ଏକ ଘଣ୍ଟା ପରେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରର ଡା.ଦିଲୀପ ଦାସ ମୃତ ବ୍ୟକ୍ତି ପଜିଟିଭ ଥିବା ଘୋଷଣା କରିଥିଲେ।

Share