ଖଇରାରେ ପଜିଟିଭ୍‌, ମାର୍କୋଣାରେ ନେଗେଟିଭ୍‌

ଖଇରା,୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ କରୋନା ପରୀକ୍ଷାକୁ ନେଇ ଲୋକଙ୍କ ମନରେ ସଂଶୟ ଦେଖାଦେଇଛି ା ଗୋଟେ ପରୀକ୍ଷାରେ ପଜିଟିଭ ବାହାରୁଥିବା ବେଳେ ଅନ୍ୟ ସ୍ଥାନରେ କରାଯାଉଥିବା ପରୀକ୍ଷାରେ ନେଗେଟିଭ ବାହାରୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ମାଖନପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ୧୪ତାରିଖରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରାଯାଇଥିବା ପରୀକ୍ଷାରେ ଏହି ଗ୍ରାମର ୧୭ଜଣଙ୍କଠାରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଥିଲା ା ପରେ ସେମାନଙ୍କର ସନ୍ଦେହ ହେବାରୁ ପ୍ରଦୀପ କୁମାର ବାରିକ, ଶ୍ୟାମସୁନ୍ଦର ଦାସ, ବିଜୟ ବେହେରା, ମଧୁସୂଦନ ଦଳେଇ, ନାରାୟଣ ରାଉତ ପୁନଶ୍ଚ ୧୬ତାରିଖରେ ମାର୍କୋଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପୁନଶ୍ଚ ପରୀକ୍ଷା କରାଇଥିଲେ। ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ଏ ସମ୍ପର୍କରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ପ୍ରଭାକର ମିଶ୍ରଙ୍କୁ ଯୋଗାଯୋଗ କରିବାରେ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିଲେ ମଧ୍ୟ ଆର୍‌ଟି-ପିସିଆର ଟେଷ୍ଟରେ ପଜିଟିଭ ବାହାରିବାର ସମ୍ଭାବନା ରହିଛି ା