ଜଣେ ବ୍ୟକ୍ତି ସୁସ୍ଥ ରହିବା ଅନ୍ତରାଳରେ ସୁନିଦ୍ରାର ମଧ୍ୟ ଭୂମିକା ରହିଛି। କେବଳ ସେତିକି ନୁହେଁ, ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ସକାରାତ୍ମକ ମାନସିକତା ଓ ସୁନିଦ୍ରା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଓ୍ବାଶିଂଟନର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍ରେ ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ସାଧାରଣ ଜୀବନଶୈଳୀ ଅନୁସରଣ କରିବାକୁ କୁହାଯାଇଥିବା ବେଳେ ଅନ୍ୟ ଗ୍ରୁପ୍ ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ସେମାନଙ୍କର ନିଦ୍ରା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ସେମାନେ ଦିନକୁ ଅତି କମ୍ରେ ୬-୭ ଘଣ୍ଟା ଶୋଉଥିଲେ। ଏହାଦ୍ୱାରା ଅନ୍ୟମାନଙ୍କ ତୁଳନାରେ ସେମାନଙ୍କର ମାନସିକତା ସକାରାତ୍ମକ ରହୁଥିବାର ଜଣାପଡି ଥିଲା। ପ୍ରତିଦିନ ଆବଶ୍ୟକ ମୁତାବକ ନିଦ୍ରା ଯିବା ଫଳରେ ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କ ଆହୁରି ସକ୍ରିୟ ରହିଥାଏ ଏବଂ ଅବସାଦ ଏପରି କି ଟେନ୍ସନଠାରୁ ସେ ଦୂରେଇ ରହିଥାଆନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।