Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ପିଲାମାନଙ୍କ ସହ ଜଡିତ ଅଶ୍ଳିଳ ସାମଗ୍ରୀ ନିଜ ପାଖରେ ରଖିବା ଦଣ୍ଡନୀୟ ଅପରାଧ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପୋର୍ନୋଗ୍ରାଫି ସହ ଜଡିତ ସାମଗ୍ରୀ ଡାଉନଲୋଡ କରିବା ଏବଂ ଏହାକୁ ନିଜ ପାଖରେ ରଖିବା ଏକ ଅପରାଧ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଏପରି ସାମଗ୍ରୀ ଡିଲିଟ ନକରନ୍ତି କିମ୍ବା ପୋଲିସକୁ ଏହା ବିଷୟରେ ଅବଗତ ନକରନ୍ତି, ତେବେ ପୋକ୍ସୋ ଆକ୍ଟର ଧାରା ୧୫ଏହାକୁ ଅପରାଧ କରିଥାଏ।

ଏ ସମ୍ପର୍କରେ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନଗତ ଭାବେ ଏପରି ସାମଗ୍ରୀ ଧାରଣ କରିବା ମଧ୍ୟ ଏକ ଅପରାଧ। ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରି କହିଛନ୍ତି ଯେ ସେ କେବଳ ଶିଶୁ ଅଶ୍ଳୀଳତା ଡାଉନଲୋଡ କରିଛନ୍ତି ଏବଂ ଏହାକୁ ତାଙ୍କ ପାଖରେ ରଖିଛନ୍ତି। ସେ ଏହାକୁ ଅନ୍ୟ କାହାକୁ ପଠାଇ ନାହାଁନ୍ତି।

ସୁପ୍ରିକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କି, ପୋକ୍ସୋ ଆକ୍‌ଟରେ ପରିବର୍ତ୍ତନ କରି ଚାଇଡ୍ଡ ପୋର୍ନୋଗ୍ରାଫଇ ଶବ୍ଦ ସ୍ଥାନରେ child sexually abusive and exploitative material (CSAEM) ଲେଖାଯାଉ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା କରୁଥିବା ବେଞ୍ଚର ସଦସ୍ୟ ଜଷ୍ଟିଶ ଜେ ବି ପାରଡିଓ୍ବାଲା ୨୦୦ ପୃଷ୍ଠାର ଏହି ରାୟ ଲେଖିଛନ୍ତି।
ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପୋକ୍ସୋ ଆଇନରେ ପରିବର୍ତ୍ତନ ସଂସଦରେ ଅନୁମୋଦନ ନହୁଏ ସେପର୍ଯ୍ୟନ୍ତ ଏକ ନିୟମ ଆଣିବା ଉଚିତ୍‌। ସୁପ୍ରିମକୋର୍ଟ ମଧ୍ୟ ଦେଶର ଅଦାଲତମାନଙ୍କୁ ସେମାନଙ୍କ ନିର୍ଦ୍ଦେଶରେ CSAEM ଲେଖିବାକୁ ପରାମର୍ଶ ଦେଇଛନ୍ତି।

Share