ଆସିକା,୧୪ା୩ (ଡି.ଏନ.ଏ): ଆସିକା ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖାଦେଇଛି ା ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସେହି ଗ୍ରାମର ବୁଲୁ ସ୍ବାଇଁ। ଆହତମାନେ ବଳରାମ ପୋଲାଇ, ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ଅବିନାଶ ବରାଡ। ସମସ୍ତ ଆହତଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୁଲୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବିନାସଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି। ଏହି ଘଟଣା ପରେ କେନ୍ଦୁପଦର ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ମୃତ ଓ ଆହତଙ୍କ ସହ ସେମାନଙ୍କ ସମର୍ଥକଙ୍କ ବହୁ ବାଇକ ମଧ୍ୟ ଭଙ୍ଗାରୁଜା ହୋଇଛି ା ଖବର ପାଇ ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଶୁଂ ଶେଖର ମିଶ୍ର, ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଗାଙ୍ଗପୁର ଅଧିକାରୀ ଦେବ କୁମାର ଗମାଙ୍ଗ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ସଶସ୍ତ୍ର ପୋଲିସ ସହ ସଂପୃକ୍ତ ଗ୍ରାମରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ା ଏ ନେଇ ନବୀନ ପଣ୍ଡାଙ୍କ ଅଭିଯୋଗ କ୍ରମେ ପୋଲିସ ନଂ.୧୦୧/୨୨ରେ ମାମଲା ରୁଜୁ କରିଥିବା ବେଳେ ଅନ୍ୟଗୋଷ୍ଠୀର ଦିବ୍ୟଲତା ସ୍ବାଇଁଙ୍କ ଏତଲାକୁ ଭିତ୍ତି କରି ୧୦୨/୨୨ରେ ମାମଲା ରୁଜୁ ହୋଇଛି। ସମ୍ଭାବ୍ୟ ଅଶାନ୍ତି ଆଶଙ୍କାରେ ସେହି ଗ୍ରାମରେ ୨ ସେକ୍ସନ ପୋଲିସ ମୁତୟନ କରାଯାଇଛି। ଏହି ଘଟଣାରେ ପୋଲିସ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ରବିବାର ଗଞ୍ଜାମ ଜିଲା ଅତିରିକ୍ତ ଏସ୍ପି. ବିଜୟ ମଲ୍ଲିକ ଗାଙ୍ଗପୁର ଥାନାରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ୨ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ତୀବ୍ର ଉତ୍ତେଜନାର ପରିଣତି ବୋଲି କୁହାଯାଇଛି ା