Categories: ଜାତୀୟ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା: ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୨ା୬: ପଶ୍ଚିମବଙ୍ଗର ନଦିଆ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକମାନେ ଜଣେ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ଭାଜପା ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରିଛି।

ଅନ୍ୟପକ୍ଷରେ ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଟିଏମ୍‌ସି କହିଛି। ପୋଲିସ କହିବା ଅନୁଯାୟୀ ନଦିଆ ଜିଲାର କାଳିଗଞ୍ଜଠାରେ ଭାଜପା ର୍କମୀ ହଫିଜୁର ଶେଖ୍‌ ଅନ୍ୟମାନଙ୍କ ସହ କ୍ୟାରମ ଖେଳୁଥିଲେ। ଏହି ସମୟରେ ୧୦-୧୨ ଜଣ ମୋଟରସାଇକେଲ୍‌ରେ ଆସି ଶେଖ୍‌ଙ୍କୁ ପ୍ରଥମେ ଗୁଳି କରିବା ପରେ ହାଣି ହତ୍ୟା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସକୁ ମୃତଦେହ ଉଠାଇବାକୁ ଦେଇ ନ ଥିଲେ। ବହୁ ବୁଝାସୁଝା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ଟିଏମ୍‌ସି ଗୁଣ୍ଡାମାନେ ଭାଜପା କର୍ମୀଙ୍କୁ ହତ୍ୟା କରିଥିବା ଦଳର ଉତ୍ତର ନଦିଆ ସଭାପତି ଅର୍ଜୁନ ବିଶ୍ୱାସ ଅଭିଯୋଗ କରିଛନ୍ତି।

Share