Categories: ଜାତୀୟ

୨ କୋଟିରେ ନିଲାମ ହେଲା ସରପଞ୍ଚ ପଦବୀ

ମୁମ୍ବାଇ,୧୪।୧: ମହାରାଷ୍ଟ୍ରର ୩୪ ଜିଲାର ୧୪ ହଜାର ୨୩୪ ଗ୍ରାମପଞ୍ଚାୟତରେ ନିର୍ବାଚନ ଶୁକ୍ରବାର ହେବାକୁ ଯାଉଛି। ତେବେ କେତେକ ପଞ୍ଚାୟତରେ ସରପଞ୍ଚ ପଦବୀ ନିଲାମ କରାଯାଉଥିବା ଖବର ମିଳିଛି। ନାସିକର ଉମରାଣେ ଗାଁରେ ସରପଞ୍ଚ ପଦ ୨ କୋଟି ୪୨ ଲକ୍ଷ ଟଙ୍କାରେ ନିଲାମ ହୋଇଥିବାବେଳେ ଉତ୍ତର ମହାରାଷ୍ଟ୍ରର ନନ୍ଦୁରବାର ଜିଲାର ଖୋଡ଼ାମଲି ଗାଁରେ ମଧ୍ୟ ଏଭଳି ଘଟଣା ଘଟିଛି। ଶ୍ରୀ ରାମେଶ୍ୱର ମହାରାଜ ମନ୍ଦିର ପ୍ରାଙ୍ଗଣରେ ଖୋଲାଖୋଲି ନିଲାମ କରାଯାଇଥିଲା। ନିଲାମରେ ସୁନୀଲ ଦତ୍ତୁ ଦଓ୍ବେରେଙ୍କୁ ସରପଞ୍ଚ ପଦବୀ ମିଳିଥିଲା। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ଏହି ଦୁଇ ପଞ୍ଚାୟତରେ ନିର୍ବାଚନ ରଦ୍ଦ କରିଛନ୍ତି। ନିର୍ବାଚନ ଆୟୋଗ ଏନେଇ ସମସ୍ତ ଜିଲା ଅଧିକାରୀଙ୍କଠାରୁ ରିପୋର୍ଟ ମଧ୍ୟ ତଲବ କରିଛନ୍ତି।

Share