Categories: ବାଣିଜ୍ୟ

ପୋଷ୍ଟ ଅଫିସର ଏହି ସ୍କ୍ରିମ୍‌ରେ ଦ୍ୱିଗୁଣ ହୋଇଥାଏ ଟଙ୍କା: ୫୦ହଜାର ରଖିଲେ ପାଇବେ ଲକ୍ଷେ; ଜାଣନ୍ତୁ..

ନୂଆଦିଲ୍ଲୀ,୧୮।୧୧: ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ଲାଭଦାୟକ। ବିଶେଷକରି ପୋଷ୍ଟ ଅଫିସର ‘କିଶାନ ବିକାଶ ପତ୍ର’ ସ୍କ୍ରିମ୍‌ରେ ନିବେଶ କରିବା ଦ୍ୱାରା ଆପଣ ଦୁଇଗୁଣ ଟଙ୍କା ପାଇପାରିବେ। ସରକାରଙ୍କ ପକ୍ଷରୁ ସଂଚାଳିତ ଏହି ସ୍କ୍ରିମ୍‌ରେ ୧୨୪ ମାସ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ। ଏଥିରେ ଜଣଙ୍କୁ ନିବେଶ ଟଙ୍କାର ଦୁଇଗୁଣା ମାଚ୍ୟୁରିଟି ମିଳିଥାଏ। ୨୦୨୧ ମସିହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାର ସୁଧ ହାର ୬.୯% ରହିଛି।

ସ୍କ୍ରିମ ବିଷୟରେ ଅଧିକ ସୂଚନା:
– ଏଥିରେ ୧୮ ବର୍ଷ ବୟସରୁ ଅଧିକ ଥିବା କୌଣସି ଭାରତୀୟ ନିବେଶ କରିପାରିବେ।
-ନିବେଶ କରିବା ସମୟରେ କଓ୍ବୋଇସି ପ୍ରକ୍ରିୟାର ପାଳନ କରିବାକୁ ପଡ଼ିଥାଏ।
-ସିଂଗଲ ଆକାଉଣ୍ଟ ଏବଂ ଜଏଣ୍ଟ ଆକାଉଣ୍ଟର ସୁବିଧା ରହିଛି।
-୧୦୦୦ ଟଙ୍କା, ୫୦୦୦ ଟଙ୍କା, ୧୦,୦୦୦ ଟଙ୍କା ଏବଂ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ସାର୍ଟିଫିକେଟ୍‌ ଜାରି କରାଯାଏ।
-ନ୍ୟୁନତମ ୧୦୦୦ ଟଙ୍କାର ଆପଣ ନିବେଶ କରିପାରିବେ। ସର୍ବାଧିକ ପାଇଁ କୌଣସି ସୀମା ନାହିଁ।

Share