Categories: ଜାତୀୟ

ମାର୍ଚ୍ଚ ସୁଦ୍ଧା ମାଓବାଦୀ ପ୍ରବଣ ଜିଲାରେ ଖୋଲିବ ପୋଷ୍ଟଅଫିସ୍‌

ନୂଆଦିଲ୍ଲୀ, ୩୦।୧୨: ଦେଶର ୯୦ ମାଓବାଦୀ ପ୍ରବଣ ଜିଲାରେ ପୋଷ୍ଟ ଅଫିସ୍‌ର ୪,୯୦୩ ନୂଆ ଶାଖା ଖୋଲିବା ଲାଗି ଡାକ ବିଭାଗ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତ୍ୱରିତ୍‌ କାର୍ଯ୍ୟ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧,୭୮୯ଟି ପୋଷ୍ଟଅଫିସ ଶାଖା ଖୋଲାଗଲାଣି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଅବଶିଷ୍ଟ ୩,୧୧୪ଟି ନୂଆ ଶାଖା ଖୋଲିବ ବୋଲି ଡାକ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଉତ୍ତରପ୍ରଦେଶରେ ଖୋଲାଯିବାକୁ ଥିବା ଏହି ନୂଆ ପୋଷ୍ଟ ଅଫିସ ପାଇଁ ସରକାର ଗ୍ରାମୀଣ ଡାକ ସେବକ, ପୋଷ୍ଟମାଷ୍ଟର ଏବଂ ସହକାରୀ ପୋଷ୍ଟମାଷ୍ଟର ପଦବୀକୁ ମଞ୍ଜୁରୀ ଦେଇସାରିଛନ୍ତି।

Share