ଚିତ୍ରଡ଼ା,୨୨ା୭(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳର ଜଣେ ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ମଙ୍ଗଳବାର ବିଡିଓ ପ୍ରିୟବ୍ରତ ପାଢ଼ୀ ଓ ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ ପହଞ୍ଚି ପୋଷ୍ଟମାଷ୍ଟରଙ୍କ ସହ ଆଲୋଚନା କରିଥିଲେ। ପୋଷ୍ଟଅଫିସ ପରିସର ତଥା ସ୍ଥାନୀୟ ବଜାରକୁ ସାନିଟାଇଜ୍ କରାଯାଇଛି। ପୋଷ୍ଟଅଫିସର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ପୋଷ୍ଟଅଫିସ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ପୋଷ୍ଟପିଅନ ବିଭିନ୍ନ ଗ୍ରାମକୁ ଯାଇ ଚିଠି ବାଣ୍ଟି ଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଛି।