ବ୍ରିଜ୍‌ ଉପରେ ସ୍କୁଟି ରଖି ଡାକ କର୍ମଚାରୀଙ୍କ ମିଳୁନି ପତ୍ତା

କୋରାପୁଟ/ସୁନାବେଡ଼ା ୫ା୭ (ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅନ୍ତର୍ଗତ ଘାଟଗୁଡ଼ା ବ୍ରିଜ୍‌ ଉପରେ ଗାଡ଼ି ରଖି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଉଛନ୍ତି କୋରାପୁଟ ଗାନ୍ଧୀନଗରଠାରେ ରହୁଥିବା ପି.ସତ୍ୟନାରାୟଣଙ୍କ ପୁଅ ପି. ସନ୍ତୋଷ କୁମାର। ସେ ସେମିଳିଗୁଡ଼ାରେ ଡାକ କର୍ମଚାରୀ ରୂପେ କାର୍ଯ୍ୟ କରନ୍ତି। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାବେଳେ ସନ୍ତୋଷ କୋଲାବ ଜଳଭଣ୍ଡାର ଉପର ବ୍ରିଜ୍‌ ଉପରେ ନିଜ ସ୍କୁଟି ରଖି କେଉଁଆଡ଼େ ଚାଲି ଯାଇଥିଲେ। ଏନେଇ ଖବର ପାଇ ସୁନାବେଡା ପୋଲିସ ଘଟଣାସ୍ଥଳକୁ ଯାଇ ସ୍କୁଟି ଜବତ କରି ସେମିଳିଗୁଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି କୋଲାବ ଜଳଭଣ୍ଡାରରେ ଖୋଜାଖୋଜି କରିଥିଲେ। ଦୀର୍ଘ ୨୪ ଘଣ୍ଟାରୁ ଊଦ୍ଧର୍‌ବ ସମୟ ଧରି ଖୋଜିବା ପରେ ମଧ୍ୟ ସନ୍ତୋଷଙ୍କ କୌଣସି ପତ୍ତା ମିଳି ନ ଥିବା ଜଣାପଡିଛି। ତେବେ ଘରୋଇ କଳିରୁ ସନ୍ତୋଷ ବ୍ରିଜ୍‌ ଉପରେ ଗାଡି ରଖି କେଉଁଆଡେ ଚାଲିଯାଇଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ସେ ବ୍ୟବହାର କରୁଥିବା ମୋବାଇଲ ଫୋନ ବର୍ତ୍ତମାନ ବନ୍ଦ ରହିଛି। ବୁଧବାର ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଉପରେ ବହିକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୧୨(ସୁନିତ୍‌ ମିଶ୍ର): ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍‌ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ସେ...

ବଢ଼ିଲା ଶୀତ, ପୁଣି ଆସୁଛି ବର୍ଷା

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): ଲଘୁଚାପଜନିତ ଅଦିନିଆ ବର୍ଷା ଛାଡିଯାଇଥିଲେ ମଧ୍ୟ ରବିବାରଠାରୁ ରାଜ୍ୟରେ ଶୀତର ପରିମାଣ ବଢ଼ିଛି। ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ଥିବାରୁ...

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ପ୍ରାକ୍‌ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ: ଓଡ଼ିଶା ପାଇଁ ୯ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ରବିବାର ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri