Categories: ଖେଳ

ଭାରତ ବିପକ୍ଷ ସିରିଜ୍‌ ଲାଗି ୧୯ ଜଣିଆ ଶ୍ରୀଲଙ୍କା ମହିଳା ଦଳ ଘୋଷିତ

ଡାମ୍ବୁଲା,୨୧।୬: ଆସନ୍ତା ୨୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ଓ ୩ ଟି୨୦ ମ୍ୟାଚ୍‌ ଖେଳାଯିବ। ଉଭୟ ସିରିଜ ଲାଗି ସୋମବାର ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ପକ୍ଷରୁ ୧୯ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଅଧିନାୟିକା ଚମାରି ଅଟାପାଟୁ ଉଭୟ ଫର୍ମାଟ୍‌ରେ ଦଳର ନେତୃତ୍ୱ ନେବେ। ଦଳରେ ହାସିନୀ ପେରେରା, ନୀଳାକ୍ଷୀ ଡି ସିଲ୍‌ଭା, ଓଶାଡି ରାଣାସିଙ୍ଘେ ଓ ଇନୋକା ରାନାଓ୍ବିରାଙ୍କ ଭଳି ସିନିୟର ଖେଳାଳି ସ୍ଥାନ ପାଇଛନ୍ତି। ଦିନିକିଆ ପଦାର୍ପଣ କରି ନ ଥିବା ଭିଶ୍ମି ଗୁନାରତ୍ନେଙ୍କୁ ମଧ୍ୟ ଉଭୟ ଦଳରେ ସାମିଲ କରାଯାଇଛି। ଟି୨୦ ସିରିଜ୍‌ ଆସନ୍ତା ୨୩ରୁ ୨୭ ମଧ୍ୟରେ ଡାମ୍ବୁଲାଠାରେ ଖେଳାଯିବ।

ଶ୍ରୀଲଙ୍କା ମହିଳା ଦଳ: ଚାମାରି ଆଟାପାଟୁ (ଅଧିନାୟିକା), ହାସିନୀ ପେରେରା, କାବିଶା ଦିଲହାରି, ନୀଳାକ୍ଷୀ ଡି ସିଲ୍‌ଭା, ଅନୁଷ୍କା ସଞ୍ଜିବନୀ, ଓଶାଡି ରାଣାସିଙ୍ଘେ, ସୁଗନ୍ଧିକା କୁମାରୀ, ଇନୋକା ରାଣାଓ୍ବିରାମ, ଅଚିନି କୁଲାସୁରିୟା, ହର୍ଶିତା ସମରାଓ୍ବିକ୍ରମା, ଭିଶ୍ମି ଗୁଣାରତ୍ନେ, ମାଲଶା ଶେହାନି, ଆମା କାଞ୍ଚନା, ଉଡେଶିକା ପ୍ରଦୋଧାନୀ, ରଶ୍ମି ଡି ସିଲ୍‌ଭା, ହଂସିମା କରୁଣାରତ୍ନେ, କୌଶାନି ନୁଥିଆଙ୍ଗନା, ସଥ୍ୟା ସନ୍ଦିପନୀ, ଥରିକା ସଓ୍ବୋଣ୍ଡି।

Share