ନିୟମଗିରିରେ ମାଓବାଦୀ ନାଁରେ ପୋଷ୍ଟର

ରାୟଗଡ଼ା,୨୮ା୧(ସ୍ବ.ପ୍ର.): ସାଧାରଣତନ୍ତ୍ର ଦିବସରେ ଗୁରୁବାର ରାୟଗଡ଼ା ଜିଲା ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀ ନାଁରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସାଧାରଣତନ୍ତ୍ର ଦିବସ ବିରୋଧରେ ବାଘୁନା କମିଟି ପକ୍ଷରୁ ଏହି ପୋଷ୍ଟର ଲାଗିଥିବା ଉଲ୍ଲେଖ ରହିଛି। ଜାନୁୟାରୀ ୨୬କୁ କଳା ଦିବସ ଭାବେ ପାଳନ କରିବାକୁ ଆହ୍ବାନ କରାଯାଇଥିବା ଏଥିରେ ଉଲ୍ଲେଖ ରହିଥିବାବେଳେ ଧଳା କାଗଜରେ ଲେଖାଯାଇଥିବାରୁ ପୋଷ୍ଟରକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ମୁଖ୍ୟତଃ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଗାଁ ମାନଙ୍କରେ ଏହି ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଏହି ପୋଷ୍ଟର ଲାଗିଛି। ସିପିଆଇ (ମାଓବାଦୀ)ସଙ୍ଗଠନର ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହା ଲଗାଯାଇଥିବା ଉଲ୍ଲେଖ ରହିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

Share