‘ଆଦିପୁରୁଷ’ର ଟିଜର ରିଲିଜ୍‌

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବାହୁବଳୀ ଫେମ୍‌ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହୋଇଛି। ବିଶେଷ କଥା ହେଉଛି ନିର୍ମାତାମାନେ ଫିଲ୍ମର ଟିଜର ଏବଂ ଗ୍ରାଣ୍ଡ ପୋଷ୍ଟର ରିଲିଜ୍‌ କରିବାକୁ ପ୍ରଭୁ ରାମଙ୍କ ସହର ଅଯୋଧ୍ୟାକୁ ବାଛିଥିଲେ। ଆଜି ପ୍ରଭାସ ଏବଂ କ୍ରିତି ସାନନଙ୍କ ସହ ଫିଲ୍ମର ପୁରା ଟିମ ଅଯୋଧ୍ୟାରେ ପହଞ୍ଚି ଆଦିପୁରୁଷର ଟିଜର ରିଲିଜ୍‌ କରିଥିଲେ।
ଓମ ରାଉତଙ୍କ ନିର୍ଦ୍ଦେଶନାରେ ଫିଲ୍ମର ପ୍ରଥମ ଲୁକ କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଥିଲା। ଟିଜର୍‌ରେ ପ୍ରଭୁ ରାମଙ୍କ ଭୂମିକାରେ ଅବତୀର୍ଣ୍ଣ ପ୍ରଭାସ ଚରିତ୍ରକୁ ଖୁବ୍‌ ପ୍ରଶଂସା କରାଯାଉଛି। ସେହିପରି ରାବଣଙ୍କ ଭୂମିକାରେ ସୈଫ୍‌ ମଧ୍ୟ ଜବରଦସ୍ତ ନଜର ଆସିଛନ୍ତି।
ଏହି ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ରେ ବିଶ୍ୱର ପ୍ରାୟ ୨୦ ହଜାର ପରଦାରେ ମୁକ୍ତିଲାଭ କରିବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ଏହି ଫିଲ୍ମ ନିର୍ମାଣ କରାଯାଉଛି। ରିଲିଜ ହେବା ପରେ ଏହା ହିନ୍ଦୀରେ ନିର୍ମିତ ଦେଶର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ରର ଟାଇଟଲ ମଧ୍ୟ ଜିତିବ।

Share