“ରନୱେ ୩୪”ରେ କମାଲ କରିବେ ଅଜୟ ଦେବଗନ

ମୁମ୍ବାଇ: କିଛିଦିନ ପରେ ପୁଣିଥରେ ବଡ ପରଦାରେ ଦେଖିବାକୁ ମିଳିବ ଅଜୟ ଦେବଗନଙ୍କୁ । ତାଙ୍କ ଅଭିନୀତ ଫିଲ୍ମ “ରନୱେ ୩୪”ର ପୋଷ୍ଟର ରିଲିଜ ହୋଇଛି । ପ୍ରଥମେ ଏହି ଫିଲ୍ମର ନାଁ ‘ମେ ଡେ’ ଥିବା ବେଳେ ଏବେ ଏହା ପରିବର୍ତ୍ତନ ହୋଇ “ରନୱେ ୩୪” ହୋଇଛି । ଏଥିରେ ବିଗ ବିଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି କୁହାଯାଉଛି । ହେଲେ ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷ ଏପ୍ରିଲରେ ଅର୍ଥାତ ୨୦୨୨ ଏପ୍ରିଲ ୨୯, ଇଦରେ ଏହା ରିଲିଜ ହେବ ବୋଲି ଜଣାପଡିଛି । ଅମିତାଭ ବଚ୍ଚନ ଏହାର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରି ଦର୍ଶକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତ, ସମସ୍ତେ ସମସ୍ତଙ୍କ ଚେୟାରରେ ବେଲ୍ଡ ବାନ୍ଧି ବସି ପଡନ୍ତୁ । ଏପ୍ରିଲରେ ଲ୍ୟାଣ୍ଡ କରିବ “ରନୱେ ୩୪” । ଏଥିରେ ଅଜୟ ଦେବଗନ ଓ ବିଗ ବିଙ୍କ ବ୍ୟତୀତ କୈରିମିନାଟି, ବୋମନ ଇରାନୀ ଓ ରକୁଲ ପ୍ରିତ ସିଂଙ୍କୁ ଦେଖିବାକୁ ମିଳିବ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ । ୨୦୧୫ରେ ଦୋହା-କୋଚିନ ବିମାନ ଉଡାଣ ଘଟଣା ଉପରେ ଆଧାରିତ । ମଙ୍ଗଳବାର ୧୮ ଅଗଷ୍ଟ ୨୦୧୫ ସକାଳ: ଫ୍ଲାଇଟ ୯ଡବ୍ଲୁ୫୫୫, ପ୍ରାୟ୧୪୧ ଯାତ୍ରୀ ଓ ୮ କ୍ରିୟୁ ମେମ୍ବରଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା । ହେଲେ କୋଚିରେ କମ୍ ଭିଜିବିଲିଟି ଯୋଗୁ ବିମାନଟି ଲ୍ୟାଣ୍ଡ କରିପାରି ନ ଥିଲା । ବିମାନକୁ ପୁଣି ତ୍ରିଭେନ୍ଦ୍ରମ ଫେରାଇ ନେବାକୁ ପଡିଥିଲା । ମାତ୍ର ୨୫୦ କିଲୋ ଇନ୍ଧନ ସହ ବିମାନଟି ତ୍ରିଭେନ୍ଦ୍ରମ ବିମାନ ବନ୍ଦରରେ ଅବତରଣ କରିଥିଲା । ଏଥିରେ ପାଇଲଟଙ୍କ ସାହସକୁ ପ୍ରଶଂସା କରାଯାଇଥିଲା ।
ମୁଭି “ରନୱେ ୩୪” ଏହି କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଅଜୟ ଦେବଗନ ପାଇଲଟ ଭୂମିକାରେ ଅଭିନୟ କରିଛନ୍ତି । ରକୁଲପ୍ରିତ ସିଂ ବି ଲେଡି ପାଇଲଟ ଭୂମିକାରେ ନଜର ଆସିବେ ।

Share