Categories: ଜାତୀୟ

ଫାରୁକଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁ ଚାଇନା: ଦୂତାବାସ ବାହାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୧୩ ।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ସାଂସଦ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତୀ ଫାରୁକ ଅବଦୁଲା ଯେଉଁ ବୟାନ ଦେଇଥିଲେ ଏବେ ତାହା ତାଙ୍କୁ ଅଡୁଆରେ ପକାଇ ଦେଇଛି । ଏକ ସାକ୍ଷାତ୍‌କାରରେ ଫାରୁକ କହିଥିଲେ ଚାଇନା ସହାୟତାରେ ସେ ଅନୁଚ୍ଛେଦ ୩୭୦ ଓ ୩୫ ଏକୁ ପୁଣିଥରେ ଲାଗୁ କରିବେ । ଫାରୁକଙ୍କ ଏହି ବୟାନକୁ ଭାରତୀୟ ଜନତା ପାର୍ଟି(ଭାଜପା) ଦେଶ ବିରୋଧି ବୋଲି କହି ସାରିଛି । ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏହାକୁ ନେଇ ଖୁବ୍ ଆଲୋଚନା କରି ସାରିଛନ୍ତି । ଏହାକୁ ନେଇ ଏବେ ସାରା ଦେଶରେ ମଧ୍ୟ ଆଲୋଚନା ଲାଗି ରହିଛି । ଇତି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଥିବା ଚାଇନା ଦୂତାବାସ ସାମ୍ନାରେ ସାଇନବୋର୍ଡରେ ହିନ୍ଦୁ ସେନା ଦ୍ୱାରା ଏକ ପୋଷ୍ଟର ଲଗାଯାଇଛି । ଏଥିରେ ଫାରୁକଙ୍କୁ ବିରୋଧ କରାଯିବା ସହ ଚାଇନାକୁ କୁହାଯାଇଛି ସେ ଫାରୁକ ଅବଦୁଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁ ।

Share