Categories: ଜାତୀୟ

ମହାରାଷ୍ଟ୍ରରେ ପୋଷ୍ଟର ରାଜନୀତି: ଲାଗିଲା ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରୁଥିବା ପୋଷ୍ଟର…

ମୁମ୍ବାଇ,୨୫।୪ : ମହାରାଷ୍ଟ୍ରର ଏବେ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଏବେ ଧରାବୀରେ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରୁଥିବା ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ତାଙ୍କ ବିବୃତ୍ତି ପରେ ତାଙ୍କୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି ଦର୍ଶାଉଥିବା ପୋଷ୍ଟର ଲଗାଯାଇଛି।

ସୂଚନାଯୋଗ୍ୟ, ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଅଜିତ ପାୱାରଙ୍କୁ ପଚରାଯାଇଥିଲା, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏନସିପି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି କରିବ କି? ଏହା ଉପରେ ସେ କହିଥିଲେ ୨୦୨୪ କାହିଁକି, ଆମେ ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରିବାକୁ ପ୍ରସ୍ତୁତ ଅଛୁ। ଅଜିତ ପାୱାର ଏହା ମଧ୍ୟ କହିଥିଲେ ମୁଁ ଶତପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି। ଏହାକୂ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଏହା ପରେ ପରେ ରାଜ୍ୟରେ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି।

Share