ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ଜାରି

ମୁମ୍ବାଇ: ଫିଲ୍ମ ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ବୁଧବାର ଜାରି କରାଯାଇଛି। ଏହି ଫିଲ୍ମରେ ଅନନ୍ତ ମହାଦେବନ ଓ ଲକ୍ଷ୍ମୀ ଆର ଆୟାରଙ୍କ ସହ ‘ହମ ଆପକେ ହେଁ କୌନ’ର ଲୋକପ୍ରିୟ ଅଭିନେତ୍ରୀ ରେଣୁକା ଶହାଣୀଙ୍କ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମର ପୋଷ୍ଟର ବହୁତ ରୋମାଞ୍ଚକର ହୋଇଥିବା ବେଳେ ଏଥିରେ ସମସ୍ତ କଳାକାରଙ୍କ ବୟସର ପାର୍ଥକ୍ୟ ସହିତ ଅଭିନେତାମାନଙ୍କର ବିଭିନ୍ନ ଭୂମିକା ଦେଖିବାକୁ ମିଳିବ। ପୋଷ୍ଟରରେ ଯୁବ ତାରକାଙ୍କୁ ଦେଖାଇବା ପାଇଁ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ର ପୋଷ୍ଟରର ବ୍ୟବହାର କରାଯାଇଛି। ଯାହା ସେମାନଙ୍କର ଅତୀତର ଭାବନାକୁ ଜାଗ୍ରତ କରିବାକୁ ଦର୍ଶାଉଛି। ସେହିପରି ବୃଦ୍ଧାବସ୍ଥାଙ୍କ ପାଇଁ ଏକ ରଙ୍ଗୀନ ଚିତ୍ରଣ କରାଯାଇଛି। ଏହି ଅଭିନେତାମାନଙ୍କ ବ୍ୟତୀତ ବିଗ୍‌ ବସ୍‌ର ବେଶ୍‌ ଲୋକପ୍ରିୟ ପ୍ରତିଯୋଗୀ ଥିବା ଦେବୋଲିନା ଭଟ୍ଟାଚାର୍ଜୀଙ୍କ ସମେତ ସାହିଲ ଉପ୍ପଲ ଏବଂ ନିଖିଲ ସଂଘ ମଧ୍ୟ ନଜର ଆସିବେ। ଅନ୍ୟପଟେ ଏହି ଫିଲ୍ମକୁ ନେଇ ରେଣୁକା ଶାହାଣୀ ପ୍ରତିକ୍ରିୟା ରଖିଛନ୍ତି। ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ଆସିଥିବାରୁ ଏଥିରେ ଅଭିନୟ କରିବାକୁ ସେ ସହମତି ପ୍ରକାଶ କରିଥିଲେ। ଏଥିସହ ସେ ଫିଲ୍ମର ସମସ୍ତ ଦଳକୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଏହି ଫିଲ୍ମର କାହାଣୀ ବାସ୍ତବ ଜୀବନ ଦ୍ୱାରା ଅନୁପ୍ରାଣିତ ହୋଇଛି। ଷ୍ଟ୍ରିଟ ସ୍ମାର୍ଟ ପ୍ରଡକ୍ସନ୍ସର ବ୍ୟାନରରେ ଏହି ଫିଲ୍ମଟି ତିଆରି ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ଆର ଆୟାର ତୁଳାଇଛନ୍ତି। ଏଥିରେ ଆନନ୍ଦ ଭାସ୍କର ଫିଲ୍ମର ଗୀତରେ କଣ୍ଠଦାନ କରିଥିବା ଜଣାପଡ଼ିଛି।

Share