Categories: ଜାତୀୟ

ଲାଲୁଙ୍କ ଘରେ ଶୀତଳ ଯୁଦ୍ଧ

ପାଟନା,୮ ।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ଶୀତଳ ଯୁଦ୍ଧ ଲାଗିଥିବା ଦେଖାଯାଇଛି । ଛାତ୍ର ଆର୍‌ଜେଡି ଦ୍ୱାରା ଯେତେବେଳେ ପାଟନାର ସଡ଼କରେ ଏକ ପୋଷ୍ଟରରେ ତେଜପ୍ରତାପଙ୍କ ସହ ତେଜସ୍ୱୀଙ୍କ ଫଟୋ ନ ଥିଲା । ଏଥିରେ ଲାଲୁ ପ୍ରସାଦ ଯାଦବ ଓ ରାବ୍ରି ଦେବୀଙ୍କ ଫଟୋ ଥିଲେ ବି ତେଜସ୍ୱୀ ଯାଦବଙ୍କ ଫଟୋ ନ ରହିବା ଏବେ ରାଜନୈତି ମହଲରେ ଆଲୋଚନା ସୃଷ୍ଟ କରିଛି । ଏହି ପୋଷ୍ଟର କେବଳ ପାଟନା ସଡ଼କରେ ନୁହେଁ ବରଂ ଦଳୀୟ କାର୍ଯ୍ୟାଳୟରେ ବି ଲାଗିଛି । ସୂଚନାଯୋଗ୍ୟ, ରବିବାରକୁ ତେଜପ୍ରତାପ ଛାତ୍ର ଆର୍‌ଜେଡିର ବୈଠକ ଡାକିଛନ୍ତି । ଯେଉଁଥିରେ ସଙ୍ଗଠନ ସହ ଜଡିତ ସମସ୍ତ ପଦାଧିକାରୀଙ୍କୁ ଯୋଗ ଦେବାକୁ କୁହାଯାଇଛି । ଏହାକୁ ନେଇ ତେଜପ୍ରତାପଙ୍କ ସମର୍ଥକମାନେ ପାଟନାର କିିଛି ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ତେଜସ୍ୱୀ ଯାଦବଙ୍କୁ ସ୍ଥାନ ଦିଆଯାଇ ନାହିଁ । ଏହାକୁ ଦେଖିବା ପରେ ରାଜନୈତିକ ମହଲରେ ଆଲୋଚନା ହେଉଛି କି ଲାଲୁଙ୍କ ଘରେ ଶୀତ ଯୁଦ୍ଧ ଲାଗି ରହିଛି ।

Share