Categories: ଜାତୀୟ

ପୋଷ୍ଟର ବିବାଦ: କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୭।୧୦: ଭାଜପା ନେତା ମୁଖତାର ଅବ୍ବାସ ନକବି ଶନିବାର ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛନ୍ତି। ନିକଟରେ କେରଳ କଂଗ୍ରେସ ୟୁନିଟ ଏକ ପୋଷ୍ଟର ଜାରି କରିଛି, ଯେଉଁଥିରେ ଶାସକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଦେଖାଇବା ପାଇଁ ପାଠ୍ୟପୁସ୍ତକରୁ ମହମ୍ମଦ ବିନ ତୁଗଲକଙ୍କ ଚିତ୍ର ବିକୃତ କରାଯାଇଥିଲା। କଂଗ୍ରେସ ଏହାକୁ କେରଳ କଂଗ୍ରେସର ଅଫିସିଆଲ ହ୍ୟାଣ୍ଡେଲରେ ପୋଷ୍ଟ କରିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, କଂଗ୍ରେସର ମାନ୍ୟତା ରଦ୍ଦ ଏବଂ ଦଳ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌। ଏହାପୂର୍ବରୁ କେରଳର କଂଗ୍ରେସ ୟୁନିଟ ଏକ୍ସରେ ପୋଷ୍ଟ କରି କହିଥିଲା ଯେ, ପ୍ରଧାନମନ୍ତ୍ରୀ ଜୀ ଯଦି ଆପଣ ପାଠ୍ୟପୁସ୍ତକକୁ ଅପଡେଟ କରିବାକୁ ଆଗ୍ରହୀ ତେବେ ଦୟାକରି ତୁଗଲକ ସମୟକୁ ଆପଣଙ୍କ ଯୁଗ ସହିତ ବଦଳାନ୍ତୁ।

Share