Categories: ଜାତୀୟ

ବେଙ୍ଗାଲୁରୁରେ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୩ ଗିରଫ

ବେଙ୍ଗାଲୁରୁ,୨୪।୭: ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଦଳର ବୈଠକ ପରେ ସେଠାରେ କେହି ବିବାହର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇ ଦେଇଥିଲେ। ଏବେ ଏହି ମାମଲାରେ କର୍ନାଟକ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଏମାନେ ହେଉଛନ୍ତି ଶ୍ରୀରାମ, ନନ୍ଦକୁମାର ଓ ମୋହନ। ଏମାନେ ସମସ୍ତେ ବେଙ୍ଗାଲୁରୁର ଶେଷାଦ୍ରିପୁରମ ବାସିନ୍ଦା ବୋଲି ପୋଲିସ କହିଛି।

ପୋଲିସ କହିଛି ଯେ ଅଭିଯୁକ୍ତମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ସହରର ୨୦ଟି ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ବେଙ୍ଗାଲୁରୁ ବିମାନବନ୍ଦର ରୋଡରେ ଏଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ରାଜନୈତିକ ନେତାଙ୍କ ସମ୍ପୃକ୍ତି ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

Share