Categories: ଜାତୀୟ

‘ଗଙ୍ଗା ଘାଟଠୁ ଦୂରେଇ ରୁହନ୍ତୁ ଅଣହିନ୍ଦୁ’

ବାରଣାସୀ,୭।୧: ଅଣହିନ୍ଦୁଙ୍କୁ ଗଙ୍ଗା ଘାଟ ଓ ମନ୍ଦିରଠାରୁ ଦୂରେଇ ରହିବାକୁ ବାରଣାସୀରେ ପୋଷ୍ଟର ଲଗାଯାଇଛି। ଏଭଳି ପୋଷ୍ଟର ଦକ୍ଷିଣ ପନ୍ଥୀ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା କହିଛି ପୋଲିସ।

“କାଶୀରେ ମା’ ଗଙ୍ଗା ଘାଟ ଓ ମନ୍ଦିର ସନାତନ ଧର୍ମ, ଭାରତୀୟ ପରାମ୍ପରା ଏବଂ ବିଶ୍ୱାସର ପ୍ରତୀକ। ସନାତନ ଧର୍ମରେ ଯେଉଁ ମାନଙ୍କ ବିଶ୍ୱାସ ଅଛି, ସେମାନଙ୍କୁ ସ୍ବାଗତ। ନ ହେଲେ ଏହା ପିକ୍‌ନକ ସ୍ପଟ ନୁହେଁ” ବୋଲି ଏକ ପୋଷ୍ଟରରେ ହିନ୍ଦୀରେ ଉଲ୍ଲେଖ କରାଯାଇଛି।

ପୋଷ୍ଟରର ଶୀର୍ଷରେ ‘ଅଣହିନ୍ଦୁଙ୍କ ପାଇଁ ପ୍ରବେଶ ନିଷେଧ’ ଏବଂ ନିମ୍ନ ଭାଗରେ ‘ଏହା ଅନୁରୋଧ ନୁହେଁ, କିନ୍ତୁ ଚେତାବନୀ’ ଉଲ୍ଲେଖ ରହିଛି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଓ ଏହାର ଯୁବ ଶାଖା ବଜରଙ୍ଗ ଦଳ ପକ୍ଷରୁ ଏହି ପୋଷ୍ଟର ଲଗାଯାଉଥିବା ଦେଖିବାକୁ ମିଳୁଛି ଭାଇରାଲ ଭିଡିଓରେ।

ଏହି ଘଟଣାର ତଦନ୍ତ ଏବେ ସ୍ଥାନୀୟ ଭେଲୁପୁର ପୋଲିସ କରୁଛି। ଭିଡିଓ ଏବଂ ଫଟୋରେ ଦେଖାଯାଉଥିବା ଲୋକଙ୍କ ଚିହ୍ନଟ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ। ସ୍ଥାନୀୟ ଗୋଷ୍ଠୀ ଆମ ଦୃଷ୍ଟି ଆକର୍ଷଣ କରିବା ପରେ ପୋଷ୍ଟର ଛପା ଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share