କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର

ଭବାନୀପାଟଣା,୨୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଲାଲବାହିନୀ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ମାର୍କେଟ କମପ୍ଲେକ୍ସରେ ସୋମବାର ସକାଳୁ ମାଓାବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ମାଓବାଦୀ ପ୍ରତିଷ୍ଠାତା କମ୍ରେଡ଼ଚାରୁ ମଜୁମଦାରଙ୍କ ବଳିଦାନକୁ ଆସନ୍ତା ୨୮ ଜୁଲାଇରୁ ଅଗଷ୍ଟ ୩ ଯାଏ ସହିଦ ଦିବସ ଭାବରେ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ଯାହାକୁ ନେଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share