ଭୁବନେଶ୍ୱର,୨।୧୨(ବ୍ୟୁରୋ)-ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ଏ ନେଇ ସବୁ ଜିଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି କରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ ଶାସନ ସଚିବ। କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିଚାଲିଛି। ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଆବଶ୍ୟକ ନାହିଁ ବୋଲି କୁହାଯାଇଛି।