ଯେଉଁ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଥିଲା, ସେ ଚା’ ପିଉଥିବା ନଜର ଆସିଥିଲେ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଦେବରିୟାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପରେ କୋଟଓ୍ବାଲି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା। ମାତ୍ର କିଛି ସମୟ ପରେ ଜଣାପଡ଼ିଲା କି ଯେଉଁ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଛି ସେ ଏକ ଦୋକାନରେ ଚା’ ପିଉଛନ୍ତି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସଲେମପୁର କୋଟଓ୍ବାଲି ଅଞ୍ଚଳରେ ଧନୌତି ରେଲଓ୍ବେ କ୍ରସିଂ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ବ୍ୟକ୍ତିଙ୍କୁ କିଛି ଲୋକ ଆମ୍ବୁଲାନ୍ସ ଯୋଗେ ସଲେମପୁର ସିଏଚ୍‌ସିକୁ ପଠାଇଥିଲେ। ଯାହାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଜଣେ ବ୍ୟକ୍ତି ଏହି ବ୍ୟକ୍ତିଙ୍କୁ ଚିହ୍ନି ଇଏ ଶ୍ରୀନଗରର ଫୁଲେଶ୍ୱର ବୋଲି କହିଥିଲେ। ଫୁଲେଶ୍ୱରଙ୍କ ପୁଅ ରବିନ୍ଦ୍ର କିଛି ଲୋକଙ୍କ ସହିତ ହସ୍ପିଟାଲରେ ପହଞ୍ଚି ଏହା ତାଙ୍କ ବାପାଙ୍କର ବୋଲି ଚିହ୍ନିଥିଲେ। ପରେ କୋଟଓ୍ବାଲି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ସମୟରେ ଫୁଲେଶ୍ୱରଙ୍କୁ ଏକ ଦୋକାନରେ ଚା’ ପିଉଥିବାର ଦେଖିଥିଲେ। ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଣେ ବ୍ୟକ୍ତି ଫୁଲେଶ୍ୱରଙ୍କୁ ଚିହ୍ନି ତାଙ୍କ ଘରେ ସମସ୍ତ କଥା କହିଥିଲେ। ପରେ ସେ ତାଙ୍କ ପୁଅ ରବିନ୍ଦ୍ରଙ୍କୁ ଭିଡିଓ କଲ୍‌ କରି ଦେଖାଇଥିଲେ।

ଫୁଲେଶ୍ୱର କହିଛନ୍ତି, ସେ ଔଷଧ କିଣିବାକୁ ଯାଇ ଚା ପିଇ ଫେରୁଥିଲେ। ହଠାତ୍‌ ଲୋକେ ମୋତେ ପଚାରିଲେ ଦୁର୍ଘଟଣା କିପରି ହେଲା। ତୁମେ ତ ବଞ୍ଚିଛ। ପରେ ଜଣା ପଡ଼ିଥିଲା କି ଲୋକେ ଯେଉଁ ମୃତ ବ୍ୟକ୍ତିଙ୍କୁ ଫୁଲେଶ୍ୱର ଭାବିଥିଲେ ବାସ୍ତବରେ ସେ ଆଉ ଜଣଙ୍କ ମୃତଦେହ ଥିଲା।

Share