Categories: ଜାତୀୟ

ଝିଅ ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଅଟକିଲା ବାହାଘର; କାରଣ ଜାଣିଲେ…

ଲକ୍ଷ୍ନୌ,୨୯।୪: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କାର୍ଡ ବି ବଣ୍ଟା ସରିଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦିଆସରିଥିଲା। ଏପରିକି ବନ୍ଧୁବାନ୍ଧବ ବିବାହ ଉତ୍ସବରେ ଯୋଗ ଦେବେ ବୋଲି କିଏ କିଏ ଫ୍ଲାଇଟ୍‌ ଏବଂ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିସାରିଥିଲେ। ମାତ୍ର କରୋନା ଯୋଗୁ ଶେଷରେ ବିବାହ ସ୍ଥଗିତ ରଖିବାକୁ ପଡ଼ିଛି। କରୋନା ଭୂତାଣୁର ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବାରୁ ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ରହୁଥିବା ଏକ ପରିବାର ନିଜ ଝିଅର ବିବାହ ସ୍ଥଗିତ ରଖିଛନ୍ତି। ରମେଶ ଜୟସ୍ବାଲଙ୍କ ଝିଅ ପୂଜାଙ୍କର ବିବାହ ମେ ୨ରେ ହେବାର ଥିଲା।

ମହାରାଜଗଞ୍ଜ ଜିଲାର ରାଜୀବନଗର ନିବାସୀ ଜୟସ୍ବାଲଙ୍କ ଝିଅ ପୂଜାଙ୍କର ବିବାହ ଗୋରଖପୁର ନୌସଢ଼ ନିବାସୀ ନବୀନଙ୍କ ସହ ମେ’ ୨ରେ ହେବାର ଥିଲା। ବିବାହ ପାଇଁ ଝିଅର ସୁନା ଅଳଙ୍କାର, ଲେହେଙ୍ଗା କିଣା ସରିଥିଲା। ଟେଣ୍ଟ୍‌ ଲାଇଟ୍‌କୁ ଅଗ୍ରୀମ ଟଙ୍କା ମଧ୍ୟ ଦିଆସରିଥିଲା। ମାତ୍ର ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ବାହାଘର ସ୍ଥଗିତ ରଖାଯାଇଛି। ଏଥିରେ ପ୍ରାୟ ୩ ଲକ୍ଷ ଟଙ୍କା ତାଙ୍କର କ୍ଷତି ହୋଇଛି।

ଉଭୟ ପରିବାର ପକ୍ଷରୁ ଏହି ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନଙ୍କୁ ନିମନ୍ତ୍ରଣ କାର୍ଡ ପଠାଯାଇଥିଲା ସେହିମାନଙ୍କୁ ପୁଣି ଫୋନ୍‌ କରି ବିବାହ ସ୍ଥଗିତ ରହିଲା ବୋଲି କୁହାଯାଉଛି। ରମେଶ କହିଛନ୍ତି, କରୋନାର ପ୍ରକୋପ କମିଲେ ଝିଅ ବାହାଘର ନିଶ୍ଚିତ ଧୂମଧାମରେ ହେବ।

Share