ଘୁଞ୍ଚିଲା ଓଜେଇଇ ଅନ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର,୭।୯(ବ୍ୟୁରୋ)-କରୋନା ପାଇଁ ଓଜେଇଇ ଅନଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏଁ ପରୀକ୍ଷା ହେବାକୁ ଥିଲା। ଏଥିସକାଶେ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ରାଞ୍ଚି, କୋଲକାତା ଓ ପାଟଣାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ପରୀକ୍ଷା ପାଇଁ ନୂତନ ତାରିଖ ପ୍ରକାଶ ପାଇବ ବୋଲି ଜଣାପଡିଛି।

Share