Posted inଜାତୀୟ

ଭାଜପା ପୁସ୍ତକ ପ୍ରକାଶନ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୧୦।୧: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି। ଶାସକ ଭାଜପା ପ୍ରକାଶ କରିବାକୁ ଯାଉଥିବା ଏକ ପୁସ୍ତକର କଭରରେ କଂଗ୍ରେସ ନେତା ସିଦ୍ଧରମୈୟା ଟିପୁ ସୁଲ୍‌ତାନ ପୋଷାକ ପିନ୍ଧି ହାତରେ ଖଣ୍ଡା ଧରିଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ଏହାକୁ ନେଇ ବିବାଦ ଦେଖାଦେବା ସହ କଂଗ୍ରେସ ନେତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନ ପୂର୍ବରୁ ତାଙ୍କ ବଦ୍‌ନାମ କରିବା ପାଇଁ ଏଭଳି ପୁସ୍ତକ ଶାସକ ଦଳ ଛାପୁଥିବା ସିଦ୍ଦରମୈୟା ଅଭିଯୋଗ କରିଥିଲେ। ମାନହାନିକାରୀ ଉକ୍ତ ପୁସ୍ତକର ପ୍ରକାଶନ ଉପରେ ବେଙ୍ଗାଲୁରୁର ଏକ ଅଦାଲତ ସୋମବାର ସ୍ଥଗିତାଦେଶ ଜାରି କରିଛନ୍ତି।
ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲ୍‌ତାନଙ୍କୁ ସିଦ୍ଦରମୈୟା କିଛିଦିନ ପୂର୍ବରୁ ପ୍ରଶଂସା କରିଥିଲେ। ଭାଜପା ସିଦ୍ଦରମୈୟାଙ୍କୁ ଉକ୍ତ ପୁସ୍ତକରେ ସିଦ୍ଦରମୁଲ୍ଲା ଖାନ୍‌ ବୋଲି ଲେଖିଛି। ପୁସ୍ତକର ନାମ ରଖାଯାଇଛି ସିଦ୍ଦୁ ନିଜାକାନାସୁଗାଲୁ (ସିଦ୍ଦୁଙ୍କ ପ୍ରକୃତ ସ୍ବପ୍ନ)। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଅପମାନିତ କରାଯାଇଥିଲା। ଏହା ବିରୋଧରେ ସିଦ୍ଦରମୈୟାଙ୍କ ପୁଅ କଂଗ୍ରେସ ବିଧାୟକ ୟଥିନ୍ଦ୍ର ସିଦ୍ଦରମୈୟା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋମବାର ପୁସ୍ତକ ପ୍ରକାଶ ପାଇବାକୁ ଥିବାବେଳେ ବେଙ୍ଗାଲୁରୁର ସେସନ୍ସ କୋର୍ଟ ଏହା ଉପରେ ରୋକ୍‌ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉକ୍ତ ପୁସ୍ତକର ପ୍ରକାଶନ, ଉନ୍ମୋଚନ, ବିକ୍ରି କିମ୍ବା ପ୍ରଦର୍ଶନ କରାଯାଇପାରିବ ନାହଁ ବୋଲି କୋର୍ଟ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସି.ଏନ୍‌. ଅଶ୍ୱଥ ନାରାୟଣ ଓ ଅନ୍ୟମାନଙ୍କୁ କହିଛନ୍ତି। ମନ୍ତ୍ରୀ ଅଶ୍ୱଥ ଉକ୍ତ ପୁସ୍ତକ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସିଂହୀ ସଂସଦ ଆସିଗଲେ…,’ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୋଷ୍ଟ କରି ଫସିଗଲେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୧: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ସଂସଦରେ ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳର ୱାୟାନାଡର ଏମପି ଭାବରେ ସଂସଦରେ ଶପଥ ଗ୍ରହଣ...

ଶପଥ ନେଲେ ହେମନ୍ତ ସୋରେନ

ରାଞ୍ଚି,୨୮ା୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟା ଭୋଟ୍‌ରେ ଜିତିଥିବା ହେମନ୍ତ ସୋରେନ ଗୁରୁବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଶପଥ...

ମୁଁ ମୋଦି ସରକାରଙ୍କ ସହ ଅଛି, କାହିଁକି ଏମିତି କହିଲେ ମମତା

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାନସଭାରେ କହିଛନ୍ତି ଯେ ମୁଁ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଅଛି। ମମତା...

ସଂସଦକୁ ପ୍ରବେଶ କରୁଥିଲେ ପ୍ରିୟଙ୍କା, ଦୁଆରମୁହଁରେ ଅଟକାଇେଲେ ରାହୁଲ, ତା’ପରେ ଯାହା ହେଲା…

ନୂଆଦିଲ୍ଲୀ,୨୮।୧୧: ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଲୋକ ସଭାରେ ଏମପି ଭାବେ ଶପଥ ନେଇଛନ୍ତି। ନିକଟରେ କେରଳର ଓ୍ବାଏନାଡରେ ହୋଇଥିବା ଲୋକ ସଭା ଉପ-ନିର୍ବାଚନରେ ସେ ବିଜୟୀ...

ଦିଲ୍ଲୀ ସବୁଠାରୁ ଅସୁରକ୍ଷିତ ରାଜଧାନୀ, କେଜ୍‌ରିଓ୍ବାଲ କହିଲେ ଆଇନଶୃଙ୍ଖଳା ରକ୍ଷା କରିବାରେ ମୁଖ୍ୟତଃ…

ନୂଆଦିଲ୍ଲୀ,୨୮ା୧୧: ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଦିଲ୍ଲୀ ହେଉଛି ବିଶ୍ୱର ସବୁଠାରୁ ଅସୁରକ୍ଷିତ ରାଜଧାନୀ। ସେ କହିଛନ୍ତି, ଆଇନଶୃଙ୍ଖଳା ରକ୍ଷା କରିବାରେ...

ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ: ଉପସ୍ଥିତ ରହିଲେ ପୁଅ, ଝିଅ

ନୂଆଦିଲ୍ଲୀ,୨୮।୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ...

ବଳ ଗୋଟାଉଛି ବାତ୍ୟା: ରେଡ୍‌ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା

ନୂଆଦିଲ୍ଲୀ,୨୮।୧୧:ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ...

ସରକାର ନ ହେଉଣୁ ସୋରେନ-ରାହୁଲଙ୍କ ମଧ୍ୟରେ ଫାଟ, କ୍ୟାବିନେଟରେ ମିଳିବନି ସ୍ଥାନ!

ରାଞ୍ଚି,୨୮।୧୧: ଝାଡଖଣ୍ଡରେ ଆଜି ଶପଥ ନେବେ ହେମନ୍ତ ସୋରେନ। ଏନେଇ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଏବେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri