ଆଳୁ, ପିଆଜ ଦର ଅଣାୟତ୍ତ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): କରୋନା ମହାମାରୀ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବାବେଳେ ରାଜ୍ୟରେ ଆଳୁ, ପିଆଜ ଓ ପନିପରିବା ଦର ବୋଝ ଉପରେ ନଳିତାବିଡ଼ା ହୋଇଛି। ଗତ ଦୁଇମାସ ହେଲା ଆଳୁ ଓ ପିଆଜ ଦର ଲଗାତାର ବଢିଛାଲିଛି। ଏବେ ଆଳୁ କିଲୋ ୩୫ରୁ ୪୦ଟଙ୍କା ଥିବାବେଳେ ପିଆଜ କିଲୋ ୬୦ଟଙ୍କାରେ ବିକ୍ରି ହେଉଛି। ଉତ୍ପାଦନ କମ୍‌ ଏବଂ ଆବଶ୍ୟକ ପରିମାଣର ବାହାର ରାଜ୍ୟରୁ ଆମଦାନୀ ହୋଇପାରୁ ନ ଥିବାରୁ ଏଭଳି ବୃଦ୍ଧି ଘଟିଛି। ଆସନ୍ତା ଡିସେମ୍ବର ପୂର୍ବରୁ ଏହି ଦର କମି ନ ପାରେ ବୋଲି କୁହାଯାଉଛି। ଡିସେମ୍ବରରେ ରବି ଚାଷ ଅମଳ ହେବାପରେ ଯାଇ ଆଳୁ, ପିଆଜ ଦରରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।
ଆଳୁ ଓ ପିଆଜ ଉତ୍ପାଦନରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ । ତେଣୁ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ପିଆଜ ଲାଗି ମହାରାଷ୍ଟ୍ର, କର୍ନାଟକ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିଥାଏ। ସେଥିପାଇଁ ଯୋଗାଣ ପେଣ୍ଠରେ ଆଳୁ ଓ ପିଆଜର ହ୍ରାସ ଓ ବୃଦ୍ଧିର ପ୍ରଭାବ ସିଧାସଳଖ ଘରୋଇ ବଜାରରେ ଅନୁଭୂତ ହେଉଛି। ଚଳିତବର୍ଷ ପଶ୍ଚିମବଙ୍ଗରେ ଗତବର୍ଷ ଅପେକ୍ଷା ୧୦% କମ୍‌ ଆଳୁ ଉତ୍ପାଦନ ହୋଇଛି। ପଶ୍ଚିମବଙ୍ଗରେ ଆଳୁ ଆବଶ୍ୟକତା ବାର୍ଷିକ ୬୦ଲକ୍ଷ ଥିବାବେଳେ ଚଳିତବର୍ଷ ୯୦ରୁ ୯୫ ଲକ୍ଷ ଟନ୍‌ ଆଳୁ ଉତ୍ପାଦନ ହୋଇଛି। ତେଣୁ ସେଠାରୁ ରପ୍ତାନି ହେଉଥିବା ଆଳୁର ପରିମାଣ ଅପେକ୍ଷାକୃତ କମ୍‌ ରହିଛି। ବିଶେଷକରି ଅଧିକାଂଶ ଆଳୁ ଏଥର ବିହାର ଏବଂ ଆସାମର ବନ୍ୟା ପ୍ଳାବିତ ଅଞ୍ଚଳକୁ ପଠାଯାଉଛି। ଫଳରେ ଯୋଗାଣ ପେଣ୍ଠରେ ଆଳୁର ମୂଲ୍ୟବୃଦ୍ଧି ଘଟିଛି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିବା ସହ ଆଳୁର ମୂଲ୍ୟବୃଦ୍ଧି ଘଟୁଛି। ସେହିଭଳି ଆନ୍ଧ୍ରପ୍ରଦେଶ ଓ କର୍ନାଟକରେ ପାଣିପାଗ ଅନିୟମିତତା ଏବଂ ପ୍ରବଳ ବର୍ଷା ଯୋଗୁ ଅଗଷ୍ଟ ମାସରେ ଉତ୍ପାଦିତ ହେବାକୁ ଥିବା ପ୍ରଥମ ଖରିଫ୍‌ ପିଆଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ମହାରାଷ୍ଟ୍ରରୁ ଆମଦାନୀ ହେଉଥିବା ପିଆଜର ଚାହିଦା ବୃଦ୍ଧି ହେବାରୁ ଯୋଗାଣ ପେଣ୍ଠରେ ଏହାର ମୂଲ୍ୟ ବୃଦ୍ଧି ଘଟିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ ଅନୁଯାୟୀ ଚଳିତବର୍ଷ ଅଗଷ୍ଟ ମାସରେ ଅତ୍ୟଧିକ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟରେ ୧୬ଟି ଜିଲାରେ ଖରିଫ୍‌ ଚାଷ ପ୍ରବାଭିତ ହୋଇଛି। ୨,୨୮,୯୬୧ ହେକ୍ଟର ଚାଷଜମିର ୩୩% ରୁ ଅଧିକ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ଧାନ ଓ ପନିପରିବା ଏବଂ ଅନ୍ୟାନ୍ୟ ଫସଲ ରହିଥିଲା। ଘରୋଇ ବଜାରରେ ପନିପରିବା ଦରବୃଦ୍ଧିର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ କରୋନା ମହାମାରୀ ଏବଂ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଥିବା କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଳୁ, ପିଆଜ ଦରବୃଦ୍ଧି ସମ୍ପର୍କରେ କହିଛନ୍ତି, କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ଆଳୁ ଓ ପିଆଜର ଦରବୃଦ୍ଧି ସମଗ୍ର ଦେଶରେ ପରିଲକ୍ଷିତ ହେଉଛି। ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି। ଫିଲ୍ଡ କର୍ମଚାରୀଙ୍କ ଦ୍ୱାରା ଆଳୁ, ପିଆଜର ଆମଦାନୀ, ବିକ୍ରୟ ମୂଲ୍ୟ ଏବଂ ଉପଲବ୍ଧତା ଆଦି ପ୍ରତ୍ୟେକ ଦିନ ଅନୁଧ୍ୟାନ କରାଯାଉଛି। ଏହାସହ ବଜାର ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ ବ୍ୟବସାୟୀମାନଙ୍କ ବୈଠକ ଡକାଇ ଏହାର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ଏନେଇ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ଓଡ଼ିଶାକୁ ଆଳୁ ଯେତିକି ଆସିବା କଥା ଏବେ ଆସୁଛି। ପଶ୍ଚିମବଙ୍ଗରେ ଷ୍ଟୋରେଜ୍‌ ପ୍ରାଇସ୍‌ ଅଧିକ ଥିବାରୁ ଏଥର ଆଳୁ ଦର ବଢିଥିବା ସେ କହିଛନ୍ତି। ବ୍ୟବସାୟୀ ସଂଘ ସଦସ୍ୟ ମନୋଜ କୁମାର ଜେନା କହିଛନ୍ତି, ଓଡ଼ିଶାକୁ ଏବେ ପଶ୍ଚିମବଙ୍ଗରୁ ଦୈନିକ ୪୦୦ରୁ ୪୫୦ ଟ୍ରକ୍‌ ଆଳୁ ଆସୁଛି। ସେଠାରୁ କୁଇଣ୍ଟାଲକୁ ୨୬୦୦ରୁ ୨୬୫୦ ଟଙ୍କାରେ କିଣା ହେଉଥିବା ବେଳେ ଏଠାରେ ୨୭୫୦ରୁ ୨୮୦୦ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଡିସେମ୍ବର, ଜାନୁୟାରୀ ପୂର୍ବରୁ ଆଳୁ ଦାମ୍‌ କମିବାର ସମ୍ଭାବନା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri