ଟେନ୍‌ସନ୍‌ ବଢ଼ାଉଛି ଆଳୁ, ଗ୍ରାହକ ହଟହଟା

ଝରିଗାଁ,୨୭ା୭(କିଶୋର ଚନ୍ଦ୍ର ମଣ୍ଡଳ): ଧନୀ ହେଉକି ଗରିବ। ଘରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁର ଦର ବୃଦ୍ଧି ଗ୍ରାହକଙ୍କୁ ଟେନ୍‌ସନ୍‌ ଦେଉଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗତ କିଛି ସପ୍ତାହରେ ଆଳୁ ବସ୍ତା ପିଛା ଦର ୭୦୦ ଟଙ୍କା ଥିବା ବେଳେ ତାହା ଶନିବାର ୧୫ଶହ ଟଙ୍କାରେ ପହଞ୍ଚିଛି। ଯାହାକି ହାଣ୍ଡିଶାଳ ଉପରେ ମହଙ୍ଗାମାଡ଼ ହୋଇଛି। ଗରିବର ନିତିଦିନିଆ ପରିବାରେ ସାମିଲ ହୋଇଥାଏ ଆଳୁ । କିନ୍ତୁ ଆଳୁ ବସ୍ତା ପ୍ରତି ୮ଶହ ଟଙ୍କା ବୃଦ୍ଧି ଘଟିଛି। ଶୁଣି ଗ୍ରାହକ ବି ଚିନ୍ତାରେ।

ଅପରପକ୍ଷରେ ଖୁଚୁରା ଦୋକାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଛି। ଆଳୁ ବ୍ୟବସାୟମାନେ କହିବା ଅନୁସାରେ, ଓଡ଼ିଶା ମୁଖ୍ୟତଃ ବେଙ୍ଗଲ ଓ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଉପରେ ନିର୍ଭରଶୀଳ ହୋଇଥାଏ। ଚାଷୀମାନଙ୍କ ଆଳୁ ଅମଳ ପରେ ତାହା କୋଲ୍ଡ ଷ୍ଟୋରେଜ ବା ଶୀତଳଭଣ୍ଡାରରେ ସଂରକ୍ଷିତ ରଖାଯାଇଥାଏ । ତେବେ ଭଲ ଆଳୁଗୁଡିକରର ଦର ବେଙ୍ଗଲରେ ବଢୁଥିବାରୁ ଏଠାରେ ମଧ୍ୟ ଦର ବୃଦ୍ଧି ପାଇଛି। ଏହି ଅଞ୍ଚଳରେ ଆଳୁ ଚାଷୀ ନ ଥିବା ସହ ଶୀତଳଭଣ୍ଡାର ମଧ୍ୟ ନାହିଁ। ଯାହାଫଳରେ ଖାଉଟିମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବଜାରରେ ଆଳୁ ଚଢ଼ାଦରରେ ମିଳୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

ଆଜିବି ପ୍ରବଳ ବର୍ଷିବ:  ଆହୁରି ଦୁଇ ଦିନ… 

ଭୁବନେଶ୍ୱର,୮।୯: ଆଜି  ମଧ୍ୟ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରବିବାର  ଦକ୍ଷିଣ ଓ ଉପକୂଳ ଓଡ଼ିଶାର ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri