ଖାଉଟିଙ୍କୁ ଲୁଟୁଛନ୍ତି ବେପାରୀ, ଏବେ ବି ଗଞ୍ଜାମରେ ଆଳୁ କେଜି ୩୫ ଟଙ୍କା

ଗଞ୍ଜାମ,୨୮ା୮(ବିଦ୍ୟାଧର ସାହୁ): ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଅନ୍ୟାନ୍ୟ ପରିବା ଦର ଅପେକ୍ଷା ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଦାମ୍‌ ଅଧିକ ଯୋଗୁ ଚିନ୍ତାରେ ଖାଉଟି। ଏପରି ସ୍ଥଳେ କିଛି ଆଳୁ ଗୋଦାମ ମାଲିକଙ୍କ ଆଳୁ କଳାବଜାର ଖାଉଟିଙ୍କୁ ଅଧିକ ଚିନ୍ତାରେ ପକାଉଛି। ଆଳୁ କିଲୋ ପିଛା ଚାରିଆଡ଼େ ୨୦ରେ ବିକ୍ରି ହେଉଥିବା ବେଳେ ଗଞ୍ଜାମରେ ଦୁଇ ପ୍ରକାର ଆଳୁ ଗୋଟେ ୩୦ ଆଉ ଗୋଟେ ୩୫ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ଜାଗାକୁ ଆଳୁ ଟ୍ରକ୍‌ରେ ଆସୁଥିବା ବେଳେ ଗଞ୍ଜାମକୁ ଆଳୁ ଆସୁଛି। ତେଣୁ ଏଠି ଅଧିକ ରହିଛି ଆଳୁ ଦାମ୍‌ ବୋଲି କିଛି ଖାଉଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏଠି ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଯୋଗୁ ସ୍ଥାନୀୟ ଆଳୁ ଗୋଦାମ ମାଲିକମାନେ ମନଇଚ୍ଛା ଦାମ୍‌ରେ ବିକ୍ରି କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗୋଦାମ ମାଲିକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Share