ଓଡ଼ିଶାକୁ ଆସୁଛି ଆଳୁ: ଗର୍ଜିଲେ ତାରା, ନବୀନ ଚିଠି ଲେଖିଲେ ବୋଲି…

ଭୁବନେଶ୍ୱର,୨୭।୭: ରାଜ୍ୟରେ ହୁ ହୁ ହୋଇ ବଢୁଛି ଆଳୁଦର। ଭୁବନେଶ୍ୱର କଟକରେ ଆଳୁ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସିବା ଆରମ୍ଭ ହୋଇଛି। ଏବେ ଧୀରେ ଧୀରେ ଆଳୁରେଟ୍‌ରେ ବେକ୍ର ଲାଗିବ। ତେବେ ଏହାକୁ ନେଇ ଗତକାଲି ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ସେ ଆଳୁ ଟ୍ରକ୍‌ ଓଡ଼ିଶାକୁ ଛାଡିବାକୁ ନିବେଦନ କରିଥିଲେ।

ଆଳୁ ଦରକୁ ନେଇ ଶନିବାର ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଆଜି ଆଳୁ ଗାଡ଼ି ଓଡ଼ିଶାକୁ ଆସିଛି। ଆଳୁ ଗାଡି ଛାଡ଼ିବାକୁ ନବୀନ ପଟ୍ଟନାୟକ ଚିଠି ଲେଖିବାରୁ ଏପରି ପ୍ରଭାବ ପଡିଛି।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ଏଠି ସେଠି ବୁଲୁଛନ୍ତି, ଡ୍ରାମା କରୁଛନ୍ତି। ନବୀନ ଚିଠି ଲେଖିଲେ ହେଲେ ଭାଜପା ସରକାରଙ୍କୁ ପସନ୍ଦ ହେଲାନି। ବିଜେଡି-ଭାଜପା ମିଶିକି ସରକାର କରିଥିଲେ। ବିଜେଡିବେଳେ ଯୋଗାଣ ମନ୍ତ୍ରୀ ଭାଜପାର ଥିଲେ। ଆଳୁ ଓଡ଼ିଶାରେ କିପରି ଅଧିକ ଉତ୍ପାଦନ ହେବ ଦୁହେଁ କେବେ ବି ଚିନ୍ତା କଲେନି। ଏବେ ଦର କିପରି ନିୟନ୍ତ୍ରଣ କରିବେ ଚିନ୍ତା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri