ଓଡିଶାରେ ବେଲଗାମ୍‌ ଆଳୁ: ଦିଦିଙ୍କୁ ମନାଇବେ ଜଗନ୍ନାଥ…

ଭୁବନେଶ୍ୱର,୯।୮: ଓଡିଶାରେ ବେଲଗାମ୍‌ ଆଳୁ। ରାଜ୍ୟରେ ଦେଖା ଦେଇଛି ଉତ୍କଟ ଆଳୁ ସଙ୍କଟ । ଯେତେ ଯାହା କଲେ ବି ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁର ଦର ବଜାରରେ ଏତେ ବଢି ଯାଇଛି ଯେ, ଦର ଶୁଣି ଲୋକଙ୍କୁ ଡର ମାଡୁଛି ।

ତେବେ ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ପରେ ରାଜ୍ୟରେ ଆଳୁ ସଙ୍କଟ ଦେଖାଯିବାରୁ ଏବେ ଜଗନ୍ନାଥ ଆଳୁ ସମସ୍ୟା ଦୂର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅର୍ଥାତ୍‌ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି ।
ଓଡିଶାକୁ ଆଳୁ ପଠାଇବା ବାବଦରେ ସେ ଦିଦିଙ୍କ ସହ ଆଲୋଚାନ କରିବେ ବୋଲି କହିଛନ୍ତି । ଏନେଇ ସେ ମମତାଙ୍କୁ ମନାଇବେ । ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ।

ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନୀଙ୍କର ସୁ-ସମ୍ପର୍କ ରହିଛି। ବିଭିନ୍ନ ସମୟରେ କୋଲକାତାରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି ଜଗୁନୀ । ବିଶେଷ କରି କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ବାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି।

Share