ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ।
କାଂଶବାଂଶ ନଦୀର ଶାଖା ନଈ ଭାବେ ପରିଚିତ ଗମେଈ ନଦୀଟି ବାସୁଦେବପୁରର ବରଣ୍ଡୁଆ, ନରସିଂହପୁର, ସୁଦର୍ଶନପୁର, ଚୂଡ଼ାମଣି, ଅଢ଼ୁଅଁା, ଶାଶୁଭୁଆଶୁଣୀ ଆଦି ୬ଟି ପଞ୍ଚାୟତ ଓ ପୌରପାଳିକାର ଗୁଆଗଁା, ବଳିବିନ୍ଧା, ଭୈରବପୁର, ଗୋପାଳପୁର ଆଦି ୱାର୍ଡ଼ ମଧ୍ୟ ଦେଇ ସିଧାସଳଖ ବଙ୍ଗୋପସାଗରକୁ ଚୁଡ଼ାମଣି ମୁହାଣଠାରେ ଭେଦ କରିଛି। ଏହି ପଞ୍ଚାୟତ ଓ ୱାର୍ଡଗୁଡ଼ିକର ଚାଷୀଙ୍କ ପାଇଁ ଗମେଈ ନଦୀ ଜୀବନଧାରା ହୋଇଥିବା ବେଳେ ଚୁଡ଼ାମଣି, ଅଢ଼ୁଁଆ ଘାଟଠାରୁ ଶତାଧିକ ସଂଖ୍ୟାରେ ବୋଟ୍‌, ଲଞ୍ଚ, ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀଙ୍କ ପେଟପାଟଣାର ମୁଖ୍ୟ ଉତ୍ସ।
କିନ୍ତୁ ଏହି ନଦୀଟିକୁ ଚୁଡ଼ାମଣି ଘାଟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୦ ବର୍ଷ ପୂର୍ବେ ଖନନ କରାଯାଇଥିବା ବେଳେ ଚୂଡ଼ାମଣି ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀଟି ପୋତି ହୋଇ ପଡ଼ିବା ସହିତ ଅଣଓସାରିଆ ହୋଇପଡ଼ିଛି। ଅଣଓସାରିଆ ନଦୀଟିର ଗଭୀର କମ୍‌ ଥିବାରୁ ଠିକ୍‌ ଭାବେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ। ବୋଟ, ଲଞ୍ଚ ଭୁଟୁଭୁଟିଗୁଡ଼ିକ ଯାଆସ କରିବା ପାଇଁ ସମୁଦ୍ର ଜୁଆରକୁ ମତ୍ସ୍ୟଜୀବୀ, ଲଞ୍ଚବୋଟ, ଭୁଟୁଭୁଟି ମାଲିକମାନେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଚୁଡ଼ାମଣି ଜେଟିର ଅବସ୍ଥା ମଧ୍ୟ ଅତି ଶୋଚନୀୟ ଅଟେ। ଅର୍ଦ୍ଧ୍ୱଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଏହି ଜେଟିଟି ପଡ଼ିରହିଛି। ବର୍ତ୍ତମାନ ଚୁଡ଼ାମଣି ଜେଟି ଅଧୀନରେ ମୋଟ ୨୧୩ଟି ଗିଲନେଟ, ଭୁଟୁଭୁଟି, ଡଙ୍ଗା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୮୮ଟି ଯନ୍ତ୍ରଚାଳିତ ବୋଟ ଗିଲନେଟ, ୧୨୦ଟି ଭୁଟୁଭୁଟି, ୨ଟି ଦେଶୀ ଡଙ୍ଗା ଥିବା ବେଳେ ଏସବୁ ଗିଲନେଟ, ଭୁଟୁଭୁଟି, ଡଙ୍ଗା ସମୁଦ୍ରକୁ ଠିକ୍‌ ଭାବେ ଯାଆସ କରିପାରୁ ନାହଁାନ୍ତି। ଗମେଈ ନଦୀର ଅଧିକାଂଶ ଭାଗ ମୁହାଣ ପର୍ଯ୍ୟନ୍ତ ପୋତି ହୋଇପଡ଼ିଥିବାରୁ ମତ୍ସ୍ୟଜୀବୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏନେଇ ଚୁଡ଼ାମଣି ଟ୍ରେଲର ମାଲିକ ସଂଘ ସମ୍ପାଦକ ଶଶୀକାନ୍ତ ନାୟକଙ୍କୁ ପଚାରିବାରୁ ଗମେଈ ନଦୀର ଉକ୍ତ ଅଞ୍ଚଳ ଖନନ ପାଇଁ ବାରମ୍ବାର ସଂଘ ପକ୍ଷରୁ ଦାବି କରାଯାଉଥିବା ବେଳେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧୫ ହଜାରରୁ ଊର୍ଦ୍ଧ୍ୱ ମସତ୍‌ୟଜୀବୀ ପରିବାର କ୍ଷତିରେ ପଡ଼ୁଛନ୍ତି। ମତ୍ସ୍ୟଜୀବୀଙ୍କ ମୌଳିକ ସମସ୍ୟାକୁ ସମାଧାନ କରାଗଲେ ମତ୍ସ୍ୟଜୀବୀ ପରିବାରମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି। ଏ ସମ୍ପର୍କରେ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ଜଗଦୀଶ ବାରିକଙ୍କୁ ପଚାରିବାରୁ ଚୁଡ଼ାମଣି ଜେଟିର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯାଉଛି। ପୋତି ହୋଇ ପଡ଼ିଥିବା ନଦୀକୁ ଖନନ କରାଗଲେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ଯିବା ଆସିବା କରିବା ଅଧିକ ସହଜ ହୋଇପାରନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ...

କଥା ଦେଇ କଥା ରଖି ନ ଥିଲେ ପୂର୍ବ ସରକାର, ଆମ ସରକାର ଆସୁ ଆସୁ…

ଭୁବନେଶ୍ୱର,୧୪ା୧୧: ପୂର୍ବ ବିଜେଡି ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବ ସରକାରଙ୍କୁ ମୋହନ...

ଯୁବକଙ୍କୁ ଘୋଷାଡ଼ି ନେଲା ମାଲ୍‌ବାହୀ ଟ୍ରେନ୍‌, କଟିଗଲା ଗୋଡ଼

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଚନ୍ଦନପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍‌କୁ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ଷ୍ଟିଅରିଂରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଆନନ୍ଦପୁର/ଘଷିପୁରା,୧୪।୧୧(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ଏକ ଭୟଙ୍କର...

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଛି। ସେହିପରି ସରକାରୀ ଜମିରେ...

ନଭେମ୍ବର ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ, ଉଚ୍ଚ ପଦାଧିକାରୀ, ଜିଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୧୩।୧୧: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri