ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ। ଘରେ ବା ଦାଣ୍ଡଦୁଆରେ ଦୀପ ଜଳିଲେ ଅମାବାସ୍ୟା ରାତି ହୋଇଉଠେ ଆଲୋକମୟ। ହେଲେ ମାଟିଦୀପ ପ୍ରସ୍ତୁତ କରୁଥିବା କୁମ୍ଭକାରଙ୍କ କୌଳିକ ବୃତ୍ତି ଏବେ ଅନ୍ଧାର ଭିତରେ। କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ର ମାଝିଗୁଡ଼ା, ଫୁପଗାଁ, କାଉଡୋଲା ଆଦି ଗ୍ରାମର କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ମାଟିରେ ଘରକରଣା ସାମଗ୍ରୀ ତିଆରି କରି ନିକଟସ୍ଥ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ନୂତନ ପିଢ଼ିର ଯୁବଗୋଷ୍ଠୀ ନିଜର କୌଳିକ ବୃତ୍ତି ପ୍ରତି ମୁହଁ ମୋଡୁଥିବା କହିଛନ୍ତି ବୟସ୍କ ମାଟି କାରିଗର।

ଆଉ କିଛିଦିନ ପରେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ମାଟିଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କୁମ୍ଭକାର ପରିବାରର ମହିଳା ଓ ପୁରୁଷ। ଅଖଚକର ଚକା ଭଉଁରି ଭିତରେ ଦିନରାତି ମାଟିରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରୁଛନ୍ତି। କୁମ୍ଭାରଶାଳର ଚକ ବୁଲିଲେ କୁମ୍ଭକାର ପରିବାରର ସଂସାର ଚାଲେ। ହେଲେ ଆଧୁନିକତାର ଚାକଚକ୍ୟ ମଧ୍ୟରେ ହଜିଯାଉଛି ମାଟିର ଦୀପ। ଏହାର ସ୍ଥାନ ନେଇଛି ଇଲେକ୍ଟ୍ରି ସ୍ବୟଂଚାଳିତ ଦୀପ ଓ ରଙ୍ଗବେରଙ୍ଗ ଲିଚୁମାଳ। ଏହାକୁ ନେଇ ଚିନ୍ତିତ ରହିଛନ୍ତି କୁମ୍ଭକାର ପରିବାର ଲୋକେ।

ଆଗକୁ ଦୀପାବଳି ଆସୁଥିଲେ ବି ଦୀପ କିମ୍ବା ମାଟିପାତ୍ର ପାଇଁ କେହି ଜଣେ ହେଲେ ଗରାଖ ଗାଁକୁ ଆସୁନାହାନ୍ତି। ବଜାରକୁ ନେଲେ ମଧ୍ୟ କେତେଜଣ ଗରାଖ ଦୀପ କିଣୁଥିବା ବେଳେ ପୂର୍ବ ଭଳି ଚାହିଦା ନାହିଁ। ମାଟିଦୀପ ଓ ଦୀପାବଳିର ମହତ୍ତ୍ୱ ବୁଝୁଥିବା କେତେଜଣ ଗରାଖ ବରାଦ ଦେଇ ନେଉଛନ୍ତି ବୋଲି କୁହନ୍ତି ମାଝିଗୁଡ଼ା ଗ୍ରାମର ବୟସ୍କ କୁମ୍ଭକାର ଘାସିରାମ ନାଏକ, ହରିନ୍ଦ୍ର ନାଏକ, ପରିକ୍ଷିତ ରଣା, ଗୋପୀ ରଣା, ଦେବୀପ୍ରସାଦ ନାଏକ, କୁନ୍ତଳା ନାଏକ, କୁନି ରଣା, ରୀନା ନାଏକ, ନୀଳାଦ୍ରି ନାଏକ ପ୍ରମୁଖ। ନୂଆ ପିଢ଼ି ଏହି ବେଉସାକୁ ମୁହଁ ମୋଡୁଥିବାରୁ ଆଗକୁ ଆଉ ମାଟିପାତ୍ର ସାମଗ୍ରୀ ଦେଖିବାକୁ ମିଳିବ ନାହିଁ ବୋଲି ସେମାନେ କହନ୍ତି। କୁମ୍ଭକାରଙ୍କ ମାଟି ତିଆରି ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ବିକ୍ରି ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କଲେ ହୁଏତ ଆଗକୁ ଯୁବପିଢ଼ି ଆଗ୍ରହ ପ୍ରକାଶ କରିବା ସମ୍ଭାବନା ଦେଖାଯିବ। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାକୁ କୁମ୍ଭକାର ପରିବାର ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

ବାତ୍ୟାରେ ଜିରୋ କାଜୁଆଲିଟି ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଲୋକଙ୍କୁ ସୁରକ୍ଷିତ ରଖି…

ଭୁବନେଶ୍ୱର,୨୬ା୧୦: ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ମନ୍ତ୍ରୀପରିଷଦ, ଏମ୍‌ପି, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କୁ ବିପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri