ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମ୍ୟ ଜଙ୍ଗଲଠାରେ ବିଭିନ୍ନ ଦାବି ନେଇ ଜିଲା କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ନୀଳମଣି ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର, ବନ୍ତ ଆଦି ବ୍ଲକର ଅଗ୍ରଣୀ କୁକୁଡ଼ା ଚାଷୀ ଏବଂ ମାଲିକ ଯୋଗଦେଇଥିଲେ।
କମ୍ପାନୀ ପକ୍ଷରୁ କୁକୁଡ଼ା ଫାର୍ମ କରିଥିବା ମାଲିକଙ୍କୁ ଅବହେଳା କରାଯାଉଥିବା ବୈଠକରେ ଅଭିଯୋଗ ହୋଇଛି। ଏପରି କି ଫାର୍ମ ସଫା ଓ ଗମନାଗମନ ଖର୍ଚ୍ଚ କମ୍ପାନୀ ବହନ କରିବାକୁ ଦାବି ଉଠିଥିବା ବେଳେ ପୁରୁଣା ଦର ବଦଳରେ ନୂଆ ଦର ଲାଗୁ, କୁକୁଡ଼ା ଚିଆଁ ଓ ଉଚ୍ଚ ମାନର ଦାନା ଯୋଗାଇ ଦେବାକୁ ମାଲିକମାନେ ଦାବି କରିଛନ୍ତି। ଏତଦ୍ ବ୍ୟତୀତ ଫାର୍ମ ଚଳାଇବାକୁ ଏମ୍ଏସ୍ପି ୬ରୁ ୮ ଟଙ୍କାକୁ ବୃଦ୍ଧି ସହ ଶ୍ରମିକ ଓ ବିଦ୍ୟୁତ୍ ଖର୍ଚ୍ଚ ୫୦ ପ୍ରତିଶତ କମ୍ପାନୀ କର୍ତ୍ତୃପକ୍ଷ ବହନ କରିବାକୁ ମତପ୍ରକାଶ ପାଇଛି। ସଂଘ ପକ୍ଷରୁ ଏଭଳି ବିଭିନ୍ନ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ବୈଠକରେ ସ୍ଥିର କରାଯାଇଛି। କୁକୁଡ଼ା ଚିଅଁା ଓ ଦାନା ଯୋଗାଉଥିବା କମ୍ପାନୀ ଅଣଦେଖା କରୁଥିବା କହି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।