କମ୍ପାନୀ କବଳରେ କୁକୁଡ଼ାଚାଷୀ

କେନ୍ଦ୍ରାପଡ଼ା ଅଫିସ/ଯାଜପୁର ଅଫିସ, ୩।୫: କୁକୁଡ଼ା ଦର ନିୟନ୍ତ୍ରଣରେ ପ୍ରଶାସନର କୌଣସି ଭୂମିକା ରହୁନାହିଁ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଲାଭ ଉଠାଉଥିବା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରର କାଳିଆ ସାମନ୍ତରାୟ, କଂସାର ଗ୍ରାମର ଶୁଭାଶିଷ ଜେନା, ପାଖଡ଼ ଗ୍ରାମର ରମାକାନ୍ତ ମଲ୍ଲିକ, ବାରିମୂଳର ସେକ୍‌ ହାସନ ପ୍ରମୁଖ କୁକୁଡ଼ା ଫାର୍ମ ମାଲିକ କହିଛନ୍ତି। ସେମାନଙ୍କ କହିବାନୁଯାୟୀ, ଆନ୍ଧ୍ର, ଛତିଶଗଡ଼ର ବଡ଼ ବଡ଼ କୁକୁଡ଼ା ବ୍ୟବସାୟୀ ଓଡ଼ିଶାରେ ଅର୍ଥ ଖଟାଇଛନ୍ତି। ଓଡ଼ିଶାର ୨ରୁ ୩ଟି କମ୍ପାନୀ ମଧ୍ୟ ଏହି କାରବାରରେ ସାମିଲ ହୋଇଛନ୍ତି। କମ୍ପାନୀଗୁଡ଼ିକ ଚିଅଁାଠାରୁ ଆରମ୍ଭକରି ଦାନା, ଔଷଧ ଆଦି ଯୋଗାଇଥାନ୍ତି। ଚାଷୀ ବା ଫାର୍ମ ମାଲିକ କେବଳ ଫାର୍ମ ଘର, ବିଜୁଳି, ପାଣି ଓ ମାନବସମ୍ବଳ ବାବଦରେ ବ୍ୟୟ କରୁଛନ୍ତି। ଚାଷୀମାନେ କୁକୁଡ଼ାର ରକ୍ଷଣାବେକ୍ଷଣ କରିବା ପରେ କେ.ଜି. ପ୍ରତି ୩ରୁ ୫ଟଙ୍କା ପାଉଛନ୍ତି। କୁକୁଡ଼ା ଦର ବୃଦ୍ଧି ସହ ଚାଷୀଙ୍କ କୌଣସି ସମ୍ପର୍କ ନାହିଁ। ଫାର୍ମରେ କୁକୁଡ଼ା ପ୍ରାୟ ଦେଢ଼ କେ.ଜି. ହୋଇଗଲେ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ଚାଷୀଙ୍କୁ କୁକୁଡ଼ା ବିକ୍ରି ପାଇଁ କୌଣସି ଅନୁମତି ନାହିଁ। କୁକୁଡ଼ା ପାଳନ ଆରମ୍ଭରୁ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ଚାଷୀଙ୍କ ସହ ଚୁକ୍ତି କରୁଛନ୍ତି। ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରୀ ରିହାତିରେ କୁକୁଡ଼ା ଫାର୍ମ କରିଥିଲେ ମଧ୍ୟ ଚାଷୀମାନେ କମ୍ପାନୀର ଜାଲରେ ଛନ୍ଦି ହୋଇଯାଉଛନ୍ତି। କୌଣସି ଚାଷୀ କମ୍ପାନୀର ସର୍ତ୍ତ ନ ମାନିଲେ ସେମାନଙ୍କୁ କମ୍ପାନୀଗୁଡ଼ିକ ଚିଅଁା, ଔଷଧ, ଦାନା ଆଦିକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ସରକାରଙ୍କ ନିୟନ୍ତ୍ରଣ ଏହି କମ୍ପାନୀ ଉପରେ ରହୁ ନ ଥିବାରୁ ରାଜ୍ୟବାସୀ ଉପଯୁକ୍ତ ମୂଲ୍ୟରେ ମାଂସ ପାଉ ନ ଥିବା ଚାଷୀମାନେ କହିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ଗ୍ରାମର କୁକୁଡ଼ା ଫାର୍ମ ମାଲିକ ବସନ୍ତ ଚକ୍ର କହିଛନ୍ତି ଯେ, ଜମି, ଘର, ପାଣି, ବିଦ୍ୟୁତ୍‌, ଜାଲି, ଶ୍ରମିକ ଇତ୍ୟାଦି ବ୍ୟବସ୍ଥା କରିବା ପରେ କମ୍ପାନୀ କେବଳ କୁକୁଡା ଚିଅଁା ସହ ମେଡିସିନ ଓ ଦାନା ଦେଇଥାନ୍ତି। ସେ ୪ ହଜାର କୁକୁଡ଼ା ପାଇଁ ୩ ହଜାର ବର୍ଗଫୁଟର ଏକ ଫାର୍ମ କରିଛନ୍ତି। ସେଥିପାଇଁ ସେ ୨ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତି। ୪୦ ରୁ ୪୫ ଦିନ ପରେ କୁକୁଡା ବିକ୍ରି କରିବାକୁ ଉଦ୍ଦିଷ୍ଟ ହୋଇଥାଏ। ସେତେବେଳେ କମ୍ପାନୀ ବାଲା କେ.ଜି. ପିଛା ୬ରୁ ୭ ଟଙ୍କା ଦେଇ କୁକୁଡା ନେଇଥାନ୍ତି। ସେହି ଅନୁସାରେ ସେ ୪୦ଦିନରେ ପ୍ରାୟ ୪୫ ହଜାର ଟଙ୍କା ପାଉଛନ୍ତି। ବିଭିନ୍ନ କାରଣରୁ କୁକୁଡ଼ା ମରିଯାଆନ୍ତି। ଏଭଳି ସ୍ଥିତିରେ ବହୁତ କ୍ଷତି ସହିବାକୁ ପଡ଼େ। ପରିଶ୍ରମ ତୁଳନାରେ ଲାଭ ବହୁତ କମ୍‌ ବୋଲି ବସନ୍ତ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆୟତପୁର ଗ୍ରାମର କୁକୁଡା ଫାର୍ମ ମାଲିକ ପିନୁ ସାମନ୍ତରାୟ କହିଛନ୍ତି ଯେ, ୨୦୦୦ କୁକୁଡା ପାଳନ ପାଇଁ ୭୫ ମିଟର ଲମ୍ବ ଓ ୩୩ ମିଟର ପ୍ରସ୍ଥର ଗୃହ ଆବଶ୍ୟକ ଥିଲା। ଏଥିସହିତ ଅନ୍ୟାନ୍ୟଖର୍ଚ୍ଚ ପାଇଁ ସେ ବ୍ୟାଙ୍କରୁ ୨୦୨୦ରେ ସାଢ଼େ ୮ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଅନୁସୂଚିତ ଜାତି ପାଇଁ ରିହାତି ୫୦ ପ୍ରତିଶତ ଥିବାବେଳେ ସାଧାରଣ ବର୍ଗହେତୁ ୪୦ ପ୍ରତିଶତ ରିହାତି ମିଳିଲା। ତେବେ ଚିଅଁାରୁ ବିକ୍ରି ପର୍ଯ୍ୟନ୍ତ କମ୍ପାନୀ ଅଧୀନରେ ରହିବାକୁ ପଡ଼ୁଛି। ଚୁକ୍ତି ମୁତାବକ କୁକୁଡ଼ା ପାଳନ ବ୍ୟତୀତ ବିକ୍ରି ସୁବିଧା ନାହିଁ। ପ୍ରଥମ ବର୍ଷ ପାଳନ ସମୟରେ ଅଭିଜ୍ଞତା ନ ଥିବାରୁ କେତେକ ଚିଅଁା ମରିଥିଲେ। ଏଥିରେ କମ୍ପାନୀ ପକ୍ଷରୁ ଅଧିକ କ୍ଷତି ଭରଣା ହୋଇଥିଲା। ଲାଭ ନ ହେବାରୁ ସେ କୁକୁଡ଼ା ପାଳନ କେନ୍ଦ୍ରକୁ ବନ୍ଦ କରିଦେଇଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚିଅଁା ଉପତ୍ାଦନ ଓ ଦାନା ବ୍ୟବସ୍ଥା ହେଲେ ଯୁବୋଦ୍ୟୋଗୀ କୁକୁଡ଼ା ଚାଷରେ ସଫଳ ହେବେ ବୋଲି ସାମନ୍ତରାୟ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲାରେ ଅଣ୍ଡା ଓ କୁକୁଡ଼ା ମାଂସ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଚିଅଁା ଉପତ୍ାଦନ କେନ୍ଦ୍ର ୧୧ ବର୍ଷ ପୂର୍ବେ ଖୋଲାଯାଇଥିଲା। ଏହି ପ୍ରକଳ୍ପରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କୁକୁଡ଼ା ଚାଷୀଙ୍କୁ ଟଙ୍କାଟିଏ ଲାଭ ମିଳୁନାହିଁ। ଉକ୍ତ କେନ୍ଦ୍ରରେ ଥରେ ମାତ୍ର ଚିଅଁା ଉପତ୍ାଦନ ହେବାପରେ ତାହା ବନ୍ଦ ହୋଇରହିଛି। ବଜାରରେ କୁକୁଡ଼ା ମାଂସ ଚାହିଦା ଦ୍ରୁତଗତିରେ ବଢୁଥିବାବେଳେ ଚାଷୀ ତା’ର ଫାଇଦା ପାଉନାହିଁ। ଏ ସମ୍ପର୍କରେ ସିଡିଭିଓ (ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ) ଦୀପ୍ତିମୟୀ ମହାପାତ୍ରଙ୍କୁ ପଚାରିବାରେ କୁକୁଡ଼ା ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରିହାତି ଯୋଜନା କରାଯାଇଛି। ଯୋଜନାରେ ସାମିଲ ହୋଇ ଚାଷୀ ଏହାର ଫାଇଦା ନେଇପାରିବ। ବାହାର ଓ ରାଜ୍ୟ ମଧ୍ୟରେ ଥିବା କମ୍ପାନୀ ସହ ଚାଷୀ ଚୁକ୍ତିବଦ୍ଧ ହେଉଥିବାରୁ ଆଇନଗତ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନେଇହେବ ନାହିଁ। ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମଧ୍ୟରେ ଥିବା ଚିଅଁା ଉପତ୍ାଦନ କେନ୍ଦ୍ରକୁ ସଚଳ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ କେତେଗୋଟି ଅଣ୍ଡାରୁ ଚିଅଁା ଉପତ୍ାଦନ କରାଯାଇଥିଲା। ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କର୍ମଚାରୀ ନିଯୁକ୍ତି ସହ ଅନ୍ୟ କେତେକ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri