ପ୍ରଦୂଷଣ ଆଇନ ପରିସରଭୁକ୍ତ ହେବ ଛୋଟ କୁକୁଡ଼ା ଫାର୍ମ

ଯାଜପୁର ଅଫିସ,୧୭ା୫
ରାଜ୍ୟରେ ପ୍ରମୁଖ ସହର ଓ ଶିଳ୍ପାଞ୍ଚଳଗୁଡ଼ିକରେ ବାୟୁ ଓ ଜଳ ପ୍ରଦୂଷଣ ଅଣାୟତ୍ତ ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟରେ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି। ଏହାର ମୁକାବିଲା ଓ ପରିଚାଳନା କରିବାକୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ହାଉସ ନିରାକରଣ, କାର୍ବନ ଫୁଟ୍‌ପ୍ରିଣ୍ଟ ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛିି। ଏହି କ୍ରମରେ ୧୦ା୧୨ା୨୦୨୧ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଏକ ମାମଲା (ଓଏ ନମ୍ବର ୩୨୦/୨୦୨୧)ର ବିଚାର କରି ଯେଉଁ ରାୟ ଦେଇଛନ୍ତି ସେଥିରୁ ଗୋଟିଏ ସ୍ଥାନରେ ୫ ହଜାର କୁୁକୁଡ଼ା ପାଳନ ହେଉଥିବା ଏକକ ଫାର୍ମଗୁଡ଼ିକ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି। ଫଳରେ ଏହି ଛୋଟ କୁକୁଡ଼ା ଫାର୍ମଗୁଡ଼ିକର ପ୍ରତିଷ୍ଠା ଓ ପରିଚାଳନା ପାଇଁ ଜଳ ଆଇନ ୧୯୭୪ ଏବଂ ବାୟୁ ଆଇନ ୧୯୮୧ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଠାରୁ ଅନୁମତି ଦରକାର। ଏହି ବ୍ୟବସ୍ଥା ୧ ଜାନୁୟାରୀ ୨୦୨୩ରୁ ଲାଗୁ ହେବ। ସେହି ତାରିଖ ପର୍ଯ୍ୟନ୍ତ ଏହି ନିୟମ ୨୫ ହଜାର କୁକୁଡ଼ା ପାଳନ ହେଉଥିବା ଏକକ ଫାର୍ମଗୁଡ଼ିକ ପାଇଁ ଲାଗୁ ହୋଇଥିବା ଏସ୍‌ପିସିବିର ଅଫିସ୍‌ ଅର୍ଡର (୩୩୯୫/୪ା୩ା୨୦୨୨)ରୁ ଜଣାପଡ଼ିଛି। ହେଲେ ଏହି ନିର୍ଦ୍ଦେଶର ୨ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଗୋଟିଏ ବି କୁକୁଡା ଫାର୍ମ ଉପରେ ତାହାକୁ ଲାଗୁ କରାଯାଇ ନ ଥିବା ସୂଚନା ମିଳିଛି।
ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉପତ୍ାଦନ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୨୦ତମ ପ୍ରାଣୀ ସମ୍ପଦ ଗଣନାରେ ଦେଶରେ ୮୫୧.୮୦୯ ମିଲିୟନ କୁକୁଡ଼ା ରହିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରେ ୨୭.୪୩୯ ମିଲିୟନ କୁକୁଡା ରହିଛନ୍ତି। ୨୦୧୫ରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଥିବା କୁକୁଡ଼ା ଫାର୍ମର ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ସିପିସିବି ପକ୍ଷରୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଏହି ଫାର୍ମ ପ୍ରଦୂଷଣ କ୍ଷେତ୍ରରେ ସବୁଜ ବର୍ଗର ବୋଲି ଚିହ୍ନଟ ହୋଇଥିଲା। କୁକୁଡ଼ା ଫାର୍ମକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଏଥିରେ ୫ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ କୁକୁଡା ରହୁଥିବା ଫାର୍ମକୁ ଛୋଟ, ୨୫ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ମଧ୍ୟମ ଏବଂ ୧ ଲକ୍ଷରୁ ଊର୍ଦ୍ଧ୍ୱ କୁକୁଡା ଫାର୍ମକୁ ବଡ଼ ପର୍ଯ୍ୟାୟଭୁକ୍ତ କରାଯାଇଛି। ତେବେ କୁକୁଡା ଫାର୍ମରୁ ନିର୍ଗତ ରାସାୟନିକ ଦ୍ରବ୍ୟ ଏମୋନିଆ ଏବଂ ହାଇଡ୍ରୋଜେନ ବାୟୁ ପରିବେଶକୁ ଦୁର୍ଗନ୍ଧମୟ କରିଥାଏ। ଏହାବାଦ୍‌ କୁକୁଡ଼ାଙ୍କ ଖାଦ୍ୟ ଉପାଦାନ ଗ୍ରାଇଡିଂ ଏବଂ ମଳ ସଂଗ୍ରହ ସମୟରେ ବାୟୁ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ଫାର୍ମରେ କୁକୁଡ଼ା ମୃତ୍ୟୁ ସାଧାରଣ କଥା। ଏଥିଯୋଗୁ ଆଖପାଖ ଅଞ୍ଚଳ ଅତି ପ୍ରଦୂଷଣ ସହ ଲୋକଙ୍କୁ ବିଭିନ୍ନ ରୋଗ ହେବା ଆଶଙ୍କା ରହିଥାଏ। ଏହିସବୁ କାରଣରୁ କୁକୁଡା ଫାର୍ମ କରିବା ପୂର୍ବରୁ ଏବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର ଅନୁମତି ନିହାତି ଆବଶ୍ୟକ ବୋଲି ଏନଜିଟି ପକ୍ଷରୁ ରାୟ ପ୍ରକାଶ ପାଇଛି। ଗ୍ରାମାଞ୍ଚଳରେ କୁକୁଡା ଫାର୍ମଗୁଡ଼ିକୁ ଆଖପାଖ ଲୋକେ ବିରୋଧ କରି ଆସୁଛନ୍ତି। ତେଣୁ ଜନବସତି ନିକଟ ଅଞ୍ଚଳରେ କୁକୁଡା ଫାର୍ମକୁ ଅନୁମତି ନ ଦେବାକୁ ସାଧାରଣରେ ଦାବି ହେଉଛି। ଏନ୍‌ଜିଟି ରାୟ ଏବଂ ସିପିସିବିର ନୂତନ ଗାଇଡଲାଇନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଗଲେ କୁକୁଡା ଫାର୍ମ ପ୍ରଦୂଷଣରୁ ଲୋକେ ମୁକ୍ତି ପାଇପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼

ଦାରିଙ୍ଗବାଡି, ୧।୧ (ଅରୁଣ ସାହୁ): ଇଂରାଜୀ ନୂତନ ବର୍ଷ ବୁଧବାର ବଡ଼ ଧୁମଧାମରେ ପାଳନ କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡି, ସିମନବାଡି, ବ୍ରାହ୍ମଣୀଗାଁ,...

ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...

ଓଡ଼ିଶ ଫେରିଲା ଜିନତ୍‌ : ମଧ୍ୟ ରାତିରେ ଆସିଲା

ବାରିପଦା,୧।୧: ମଧ୍ୟରାତ୍ରିରେ ବାଘୁଣୀ ଜିନତ୍‌ ଓଡ଼ିଶା ଫେରିଛି। ପ୍ରାୟ ୪୮ ଘଣ୍ଟାଯାଏ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ...

ଚାଷୀଙ୍କ ସମସ୍ୟାକୁ ନେଇ ଏମିତି କହିଦେଲେ ନବୀନ

ପଟ୍ଟାମୁଣ୍ଡାଇ, ୧ା୧(କଳ୍ପତରୁ ନାୟକ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁ...

ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା

ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ...

ପାରାଗ୍ଲାଇଡିଂ, ପାରା ଲ୍ୟାଣ୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ

କୋରାପୁଟ,୧ା୧(ଅମିତାଭ ବେହେରା):କୋରାପୁଟ ଜିଲା ସେମିଳିଗୁଡ଼ାର କୁନ୍ଦୁଲିରୁ କୋଟିଆ ଆଡ଼କୁ ଦେଓମାଳି ପର୍ବତ ରହିଛି। ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଏହା ଓଡ଼ିଶାର ଉଚ୍ଚତମ...

‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ...

ଅପେରାରେ ଅଶ୍ଳୀଳ ନାଚ ରୋକିବାକୁ ଭିଡିଓ ରେକର୍ଡିଂ

ମାଲକାନଗିରି,୩୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଅପେରା ମଞ୍ଚରେ ଅଶ୍ଳୀଳତା ନେଇ ଅଭିଯୋଗ ହେବାପରେ ରେକର୍ଡ ଡ୍ୟାନ୍ସ ସମୟରେ କ୍ୟାମେରା ଲଗାଇ ରେକର୍ଡିଂ କଲା ପୋଲିସ। ପୋଲିସ ଛାଉଣୀରେ ଚାଲିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri