ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି, ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ, ୧୭।୪ : ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ନୀତି ଅନୁସନ୍ଧାନର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଦାରିଦ୍ର୍ୟତା ୨୦୧୯ରେ ୨୦୧୧ ତୁଳନାରେ ୧୨.୩ ପ୍ରତିଶତ ହ୍ରାସ ପାଇ ୧୦.୨ରେ ପହଞ୍ଚିଛି। ୨୦୧୧ରେ ଏହା ୨୨.୫ ପ୍ରତିଶତ ଥିଲା।

ଅର୍ଥନୀତିଜ୍ଞ ସୁତୀର୍ଥ ସିହ୍ନା ରୟ ଏବଂ ରୟ ଭ୍ୟାନ ଡେର୍‌ ୱାଇଡଙ୍କ ପକ୍ଷରୁ ମିଳିତ ଭାବରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ପ୍ରକାଶିତ ରିପୋର୍ଟ ଏହି ଅନୁସନ୍ଧାନର ନିକଟତର ହୋଇଛି।

ଆଇଏମଏଫ ରିପୋର୍ଟ ଉଲ୍ଲେଖ କରାଯାଇଥିଲା ଯେ ଭାରତ ଦାରିଦ୍ର୍ୟ ଦୂରୀକରଣ କରି ୪୦ ବର୍ଷ ମଧ୍ୟରେ ଉପଭୋକ୍ତା ଅସମାନତାକୁ ସର୍ବନିମ୍ନ ସ୍ତରକୁ ଆଣିଛି।

ଭାରତର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ ଅଧିକ ହୋଇଛି। ଗ୍ରାମାଞ୍ଚଳର ଦାରିଦ୍ର୍ୟ ୨୦୧୧ରେ ୨୬.୩ ପ୍ରତିଶତ ଥିଲା। ୨୦୧୯ ରେ ଏହା ୧୧.୬ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଏହି ସମୟରେ ସହରାଞ୍ଚଳରେ ଏହା ୧୪.୨ ପ୍ରତିଶତ ରୁ ୬.୩ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଏଥିରେ କୁହାଯାଇଛି। ଏହି ସମୟ ମଧ୍ୟରେ ଗ୍ରାମୀଣ ତଥା ସହରାଞ୍ଚଳର ଦାରିଦ୍ର୍ୟ ୧୪.୭ରୁ ୭.୯ ପ୍ରତିଶତକୁ ହ୍ରାସ ପାଇଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତରେ ଦାରିଦ୍ର୍ୟ ହ୍ରାସ ପାଇଛି। ଏଥିରେ କୁହାଯାଇଛି ଯେ ନାମମାତ୍ର ଜମି ନଥିବା ଚାଷୀଙ୍କ ପାଇଁ ପ୍ରକୃତ ଆୟ ୨୦୧୩ ଏବଂ ୨୦୧୯ରେ ହୋଇଥିବା ସର୍ଭେରେ ବାର୍ଷିକ ହାରରେ ୧୦ ପ୍ରତିଶତ ବୃଦ୍ଧି ପାଇଛି।

Share