Categories: ଫୁରସତ

ବିକାଶରେ ବାଧକ ଦାରିଦ୍ର୍ୟ

ପୃଥିବୀର ପ୍ରତି ଦେଶର ବିକାଶ ପଥରେ ଦାରିଦ୍ର୍ୟ ବାଧକ ସାଜିଥାଏ। ଏହାକୁ ଦୂର କଲେ ବିକାଶର ଧାରା ସଫଳ ହୋଇପାରିଥାଏ। ତେଣୁ ଦାରିଦ୍ର୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ଉପଯୁକ୍ତ ସମାଧାନ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୭ରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଇଥାଏ। ୧୯୮୭ ମସିହାରେ ଫ୍ରାନ୍ସର ପ୍ୟାରିସରେ ପ୍ରଥମ ଦାରିଦ୍ର୍ୟକୁ ଦୂର କରିବା ପାଇଁ ଏକ ଲକ୍ଷ ଲୋକ ଟ୍ରୋକାଡେରୋରେ ଦାରିଦ୍ର୍ୟ, କ୍ଷୁଧା, ହିଂସା ଏବଂ ଭୟର ଶିକାର ହୋଇଥିବା ଲୋକଙ୍କୁ ସମ୍ମାନିତ କରିବା ପାଇଁ ଏକତ୍ରିତ ହୋଇଥିଲେ ଏବଂ ଫ୍ରାନ୍ସର ମାନବିକ କାର୍ଯ୍ୟକର୍ତ୍ତା ଜୋସେଫ ୱ୍ରେସିନସ୍କିଙ୍କ ସ୍ମୃତି ସ୍ତମ୍ଭର ଲୋକାର୍ପଣ କରିଥିଲେ।

୧୯୮୮ରେ ୱ୍ରେସିନସ୍କିଙ୍କ ଦେହାନ୍ତ ହେବା ପରେ ଏହାର ଚାରି ବର୍ଷ ପରେ ମିଳିତ ଜାତିସଂଘ ସାଧାରଣ ସଭା ୨୨ ଡିସେମ୍ବର ୧୯୯୨ରେ ଆନୁଷ୍ଠାନିକ ଭାବରେ ଅକ୍ଟୋବର ୧୭ କୁ ଦାରିଦ୍ର୍ୟ ଦୂରୀକରଣ ଦିବସ ଭାବେ ପାଳନ ପାଇଁ ମନୋନୀତ କରିଥିଲା। ଦାରିଦ୍ର୍ୟ ଦୂରୀକରଣ ପାଇଁ ଏହି ଅନ୍ତର୍ଜାତୀୟ ଦିବସକୁ ପ୍ରୋତ୍ସାହିତ କରିବା ପାଇଁ ଅକ୍ଟୋବର ୧୭ ପାଇଁ

Share