ଦାରିଦ୍ର୍ୟ ହାର: ମାଲକାନଗିରିରେ ସର୍ବାଧିକ, ପୁରୀରେ ସର୍ବନିମ୍ନ

ଭୁବନେଶ୍ୱର,୨୮ା୩ (ସୁଚିସ୍ମିତା ସାହୁ): ରାଜ୍ୟରେ ମାଲକାନଗିରି ଜିଲାରେ ଦାରିଦ୍ର୍ୟ ହାର ସର୍ବାଧିକ ରହିଛି। ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ମାଲକାନଗିରିରେ ସର୍ବାଧିକ ଦାରିଦ୍ର୍ୟ ହାର ୪୫.୦୧ ପ୍ରତିଶତ ରହିଥିବାବେଳେ ରାୟଗଡାରେ ୩୪.୦୩, ନବରଙ୍ଗପୁରରେ ୩୩.୪୫ ଓ କୋରାପୁଟରେ ୩୩.୫୪ ପ୍ରତିଶତ ରହିଛି। ତେବେ ପୁରୀରେ ସର୍ବନିମ୍ନ ଦାରିଦ୍ର୍ୟ ହାର ହାର ୩.୨୯ ଓ ଖୋର୍ଦ୍ଧା ଜିଲାରେ ୩.୯୫ ପ୍ରତିଶତ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରୁ ଜଣାଯାଇଛି।

ସେହିପରି ମୟୂରଭଞ୍ଜରେ ଦାରିଦ୍ର୍ୟ ହାର ୩୦.୫୭ ପ୍ରତିଶତ ଥିବାବେଳେ ଗଜପତି ୨୮.୧୪, କେନ୍ଦୁଝର ୨୬.୭୬, କନ୍ଧମାଳ ୨୫.୩୦, କଳାହାଣ୍ଡି ୧୯.୪୭, ନୂଆପଡା ୨୦.୧୯, ଭଦ୍ରକ ୧୬.୬୦, ଦେବଗଡ ୧୬.୫୬, ବୌଦ୍ଧ ୧୬.୨୭, ଢେଙ୍କାନାଳ ୧୫.୯୮, ଯାଜପୁର ୧୪.୧୦, ସୁନ୍ଦରଗଡ ୧୪.୭୭, ଅନୁଗୋଳ ୧୩.୮୭, ବାଲେଶ୍ବର ୧୪.୨୧, ବରଗଡ ୧୧.୫ ଓ ସମ୍ବଲପୁରରେ ୧୦.०४ ପ୍ରତିଶତ ରହିଛି। ବଲାଙ୍ଗୀର, ଗଞ୍ଜାମ, ଜଗତ୍‌ସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ନୟାଗଡ ଓ ସୁବର୍ଣ୍ଣପୁରରେ ଏହା ୧୦ ପ୍ରତିଶତରୁ କମ୍ ରହିଥିବା ତଥ୍ୟରୁ ଜଣାପଡ଼ିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଦାରିଦ୍ର୍ୟ ଦୂରୀକରଣ ପାଇଁ ମଧୁବାବୁ ପେନ୍‌ସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ବୟସ୍କ ତଥା ବୃଦ୍ଧ ବ୍ୟକ୍ତିଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଜ୍ୟର ଯୋଗ୍ୟ ହିତାକାରୀଙ୍କ ପାଇଁ ଖାଦ୍ୟ ନିରାପତ୍ତା ପତ୍ତା ଯୋଗାଇ ଦିଆଯାଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ଅତି କମ୍‌ରେ ଶହେଦିନର ନିଶ୍ଚିତ କର୍ମ ନିଯୁକ୍ତି ଦିଆଯାଇପାରୁଛି। ୩୦ଟି ପ୍ରଭାବିତ ବ୍ଲକରେ ଦାଦନ ଶ୍ରମିକଙ୍କୁ ରୋକିବା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଅତି ଅତିରିକ୍ତ ୯ ଅଧୀନରେ ଶହେ ଦିନର ଶ୍ରମ ଦିବସ ଯୋଗାଇ ଦିଆଯାଉଛି।

ଅନୁସୂଚିତ ଜାତି ମଧ୍ୟରେ ଦାରିଦ୍ର୍ୟ ହ୍ରାସ କରିବାପାଇଁ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଦ୍ଭୁଦୟ ଯୋଜନା କାର୍ଯ୍ୟକାରୀ ହେଉଛି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନରେ ଯୋଗ୍ୟ ପରିବାରଙ୍କୁ ନଗଦ ବିହୀନ ସ୍ବାସ୍ଥ୍ୟସେବା ପ୍ରଦାନର ବ୍ୟବସ୍ଥା କରାଯାଉଛି। ଦକ୍ଷତା ବିକାଶ ଓ ଆୟ ସୃଷ୍ଟିକାରୀ ଯୋଜନା ମାଧ୍ୟମରେ ଉନ୍ନ‌ତ ଜୀବିକା ଅର୍ଜନ ପାଇଁ ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ଚେଷ୍ଟିତ ଅଛନ୍ତି ।

୧୮ ରୁ ୩୫ ବର୍ଷ ବୟସର ଗ୍ରାମୀଣ ଯୁବକଙ୍କ ପାଇଁ ଦକ୍ଷତା ଓ ନିଯୁକ୍ତିର ସୁଯୋଗ ଲାଗି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ଦାରିଦ୍ର୍ୟ ଦୂର କରି ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରୁଛନ୍ତି। ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ପ୍ରଚଳନ କରିଛନ୍ତି। ଏହାବାଦ୍ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ଟ୍ରାଫିକ୍‌ ନିୟମ କଡ଼ାକଡ଼ି: ଇ-ଚାଲାଣ ପୈଠ ନ କଲେ ଡ୍ରାଇଭିଂ ଲାଇସେନ୍ସ ହେବ ଜବତ

ନୂଆଦିଲ୍ଲୀ,୩୧ା୩:ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଘଟଣାରେ ଦଣ୍ଡସ୍ବରୂପ ଯେତିକି ଇ-ଚାଲାଣ କଟାଯାଉଛି, ତା’ର ମାତ୍ର ୪୦ ପ୍ରତିଶତ ଦେୟ ଆଦାୟ ହେଉଥିବା ଜଣାପଡ଼ିଛି। ଅନେକ ନିୟମ ଉଲ୍ଲଂଘନକାରୀ...

ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍‌ ଅଗ୍ନିବର୍ଷା: IMD ଡିଜି

ନୂଆଦିଲ୍ଲୀ, ୩୧।୩: ସୋମବାର ଆଇଏମଡି କହିଛି ଯେ, ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। କେନ୍ଦ୍ରୀୟ ଏବଂ ପୂର୍ବ ଭାରତ...

ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ

ଟେନସା,୩୧ା୩(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ମାଳଦା ନିକଟସ୍ଥ ଜଙ୍ଗଲରୁ ସୋମବାର ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି। ମୃତଦେହଟି ଉଲଗ୍ନ ଥିବାବେଳେ...

ମ୍ୟାନମାର୍‌ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨ ହଜାର ଟପିଲା

ମ୍ୟାନମାର୍‌,୩୧।୩: ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ କୁ ବୃଦ୍ଧି ପାଇଛି ଏବଂ...

୩ ମାସରେ ପୈଠ କରନ୍ତୁ ଟ୍ରାଫିକ୍ ଜରିମାନା ନହେଲେ କଟିଯିବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର, ୩୧।୩: ସରକାର ତିନି ମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ ପୈଠ ନକରୁଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ ରଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image